Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ କଡା ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଣ୍ଟାବାଞ୍ଝି ୧୪|୨:  ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଣ୍ଟାବାଞ୍ଝି ଓବିସି ମହାସମ୍ମିଳନୀରେ ଯୋଗ ଦେଇ ବର୍ଷିଛନ୍ତି ଧର୍ମେନ୍ଦ୍ର । କାଳିଆ ଯୋଜନାରେ ଚାଷୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଧାୟକ ଓ ମନ୍ତ୍ରୀ ଙ୍କ ଆକାଉଣ୍ଟ୍ କୁ ପଇସା ପଠା ଯାଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ନିର୍ବାଚନ ଆଗରୁ ଓବିସି ଦଳିତ, ଆଦିବାସୀଙ୍କୁ ପକ୍କା ଘର କରିବା ପାଇଁ ପ୍ରତିଶୃତି ପୂରଣ ହୋଇନଥିବା କହିବା ସହ ଜିଲ୍ଲାର ଚାଷୀଙ୍କୁ ପାଣି ମିଳୁନଥିବା ଅଭିଯୋଗ କରି ବଲାଙ୍ଗୀର ସାଂସଦଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ବିଜେଡି ଫୋକସରେ ପଶ୍ଚିମ ଓଡିଶା । ସେଥିପାଇଁ ବଲାଙ୍ଗିର କଣ୍ଟାବାଞ୍ଝିରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରାମକ୍ରିପାଲ ଯାଦବ ।

138 Views

   ସମ୍ବନ୍ଧିତ ଖବର