ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ, କହିଲେ ରାଜ୍ୟରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ଲାଗିବ

Published By : Prameya-News7 Bureau | April 06, 2019 IST

ଭୁବନେଶ୍ବର ୬|୪ : ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଗୋଟିଏ କଥା କହୁଛନ୍ତି ଯେ ଯେତେବେଳେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିଲା ସେତେବେଳେ ଅନ୍ୟ ନେତାମାନଙ୍କର ଦେଖା ନଥିଲା। ବିଜେପିକୁ ଆକ୍ଷେପ କରି ଏଭଳି କହିଥିଲେ ନବୀନ। ତେବେ ନବୀନଙ୍କୁ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଜପେୟୀ ଏବଂ ମୋଦିଙ୍କ ସରକାର ସମୟରେ ଓଡ଼ିଶା କଣ କଣ ପାଇଛି ତାର ହିସାବ ଥୋଇଛନ୍ତି। 

ଧର୍ମେନ୍ଦ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଶେଷ ଅଭିନୟ ଏଥର ଶେଷ ହେବ । ମୁଖ୍ୟମନ୍ତ୍ରୀଙ୍କୁ ପୁଣି ମିଥ୍ୟା ତଥ୍ୟର ସୌଦାଗର କହି କଡା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ନବୀନ ବାବୁଙ୍କୁ ସ୍ମରଣ ଶକ୍ତି ଅବକ୍ଷୟ ହୋଇଯାଇଥିବ କହିଛନ୍ତି ଧର୍ମେନ୍ଦ୍ର ।୧୯୯୯ ମହାବାତ୍ୟା ବେଳେ ଓଡିଶାର ଅଧା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଓଡିଶା ନିଜ ଗୋଡରେ କପରି ଛିଡାହେବ ସେ ନେଇ ଚିନ୍ତାଜନକ ସ୍ଥିତିରେ ଥିଲା । ଏହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଓଡିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବଜ୍ର ଘୋଷଣା କରି ଏହାର ଦାୟିତ୍ୱ ନେଇଥିଲେ । ଏହାକୁ ଆଜି ସମୀକ୍ଷା କରିବାର ସମୟ ଆସିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡିଶାରେ ୧୦ ହଜାର କିମି ଜାତୀୟ ରାଜପଥ ଆସିଥିବା ବେଳେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ କାମକୁ କିଏ ଅଟକାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ଲାଗିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.