Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ଧର୍ମେନ୍ଦ୍ରଙ୍କ ବଡ ଘୋଷଣା ; ବିଜେପି ସରକାରକୁ ଆସିଲେ ୧ ଟଙ୍କାରେ ମିଳିବ ଚାଉଳ, ଡାଲି ଓ ଲୁଣ

13/04/2019 at 3:46 PM

ଚୌଦ୍ବାର ୧୩|୪: ଚୌଦ୍ବାରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ନିର୍ବାଚନୀ ସଭାରେ ବଡ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ବିଜେପି ସରକାରକୁ ଆସିରେ ୧ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ । ଖାଦ୍ୟ ସୁରକ୍ଷା ଯୋଜନାରେ ୫୦୦ଗ୍ରାମ ଲୁଣ, ୫୦୦ଗ୍ରାମ ଡାଲି ଓ ୫କେଜି ଚାଉଳ ଯୋଗାଇ ଦିଆଯିବ । ଏହାଦ୍ବାରା ରାଜ୍ୟରେ ୩କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ଚୌଦ୍ବାର ଶିଳ୍ପାଞ୍ଚଳର ପୁନଃରୁଦ୍ଧାର କରାଯାଇ ଚୌଦ୍ବାରକୁ ବିଶ୍ବ ଦରବାରରେ ପହଞ୍ଚାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । କଟକ-ଭୁନେଶ୍ବର-ଚୌଦ୍ବାରକୁ ମିଶାଇ ମେଟ୍ରୋ ରେଲର ବ୍ୟବସ୍ଥା କରାଯିବ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ସ୍ଥାୟୀ ପଟ୍ଟା ଯୋଗାଇଦିଆଯିବ । ୧୪ଘଣ୍ଟା ପାଣି ଓ ବିଜୁଳି ଯୋଗାଇବାର ବ୍ୟବସ୍ଥା କରାଯିବ । ଓଡିଶାର ୧୫ଟି ସ୍ମାର୍ଟ ସିଟି ମଧ୍ୟରେ ଚୌଦ୍ବାରକୁ ରଖାଯିବ । ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ୩ହଜାର ଟଙ୍କାର ପେନସନ ବ୍ୟବସ୍ଥା କରାଯିବ ।

ଯୁକ୍ତ ୨ ପାସ୍ କରିଥିବା ସବୁ ମେଧାବୀ ଝିଅମାନଙ୍କୁ ଶୈଳବାଳା ମେଧା ଯୋଜନାରେ ସ୍କୁଟି ଯୋଗାଇଦିଆଯିବ । ବିନା ସୁଧରେ କୃଷି ଋଣ ଚାଷୀମାନଙ୍କୁ ଯୋଗାଇ ଦିଆଯିବ । ଏସଏଚଜିମାନଙ୍କର ଋଣ ଛାଡ୍ କରାଯିବା ସହ ଅଙ୍ଗନଓ୍ବାଡୀ କର୍ମୀମାନଙ୍କୁ ଦରମା ୧୫ହଜାରକୁ ସହାୟିକା ମାନଙ୍କୁ ୯ହଜାର ବୃଦ୍ଧି କରାଯିବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଖାଲି ଥିବା ସରକାରୀ ପଦବୀ ପୁରଣ କରାଯିବ ।

   Related Posts