Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାରେ କୋଭିଡ ସ୍ଥିତି ନେଇ ଆଲୋଚନା

12/05/2021 at 2:35 PM

ଭୁବନେଶ୍ୱର ୧୨।୦୫: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ କରୋନା ମୁକାବିଲା ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହେଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିରିଜ ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏ ବାବଦରେ ସୂଚନା ଦେଇଛନ୍ତି।

ରାଜ୍ୟରେ ଆଗାମୀ ୧୫ ଦିନ ଖୁବ ଗୁରୁତ୍ବ ପୂର୍ଣ୍ଣ ଏବଂ ରାଜ୍ୟର କୋଭିଡ ମୁକାବିଲା ବାବଦରେ କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇ ଦେବା ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ ଦେଉଥିବା ସେ ଜଣାଇଛନ୍ତି। ଗ୍ରାଉଣ୍ଡ ଜିରୋରେ କିଭଳି କଟକଣାକୁ ଅଧିକ ମଜଭୁତ କରାଯାଇପାରିବ ଏବଂ ସିଭିଲ ସୋସାଇଟିକୁ କିଭଳି କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ଏ ବାବଦରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କିଛି ପରାମର୍ଶ ଦେଇଥିବା ସେ ଉଲ୍ଲେଖ କରିଛନ୍ତି। ଏହି ସମୟରେ ରାଜ୍ୟରେ ଟିକାକରଣ ପାଇଁ ଅଧିକ ସଂଖ୍ୟକ ଟିକାର ଆବଶ୍ୟକତା ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଥିଲେ। ଏ ବାବଦରେ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ସାର ରସାୟନ ମନ୍ତ୍ରୀଙ୍କ ସେ ଆଲୋଚନା କରିଥିବା ଜଣାଇଛନ୍ତି।


   Related Posts