ରାଜନୀତିରେ କେହି କାହା ଶତ୍ରୁ ନୁହନ୍ତି

Published By : Prameya-News7 Bureau | June 08, 2018 IST

ରାଜନୀତିରେ କେହି କାହା ଶତ୍ରୁ ନୁହନ୍ତି । ଏହା ପୁଣି ଥରେ ମନେ ହୋଇଛି ବିଜେଡି ସାଂସଦ ତଥାଗତ ସତପଥିଙ୍କୁ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ରଙ୍କ ପ୍ରଶଂସାରୁ । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ତଥାଗତ ଶତପଥୀଙ୍କ ଚିଠି ଲାଗି ଏପରି ପ୍ରଶଂସା କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତଥାଗତଙ୍କ ଓଡିଆ ଚିଠି ତାଙ୍କ ର ଓଡ଼ିଆ ଭାଷା ପ୍ରତି ସମ୍ମାନ ଓ ଗୁରୁତ୍ବ ର ପ୍ରମାଣ କହି ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ଓଡିଆ ଭାଷା ପାଇଁ ତଥାଗତଗୁରୁତ୍ବ ଦେଉଛନ୍ତି, ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଗତ ବର୍ଷ ଅଗଷ୍ଟ ୧୧ ତାରିଖରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ଏବଂ ପାନୀୟଜଳ ଓ ପରିମଳ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବିଜେଡି ସାଂସଦଙ୍କୁ ଏକ ଚିଠି ଲେଖିଥିଲେ । ଓଡିଆରେ ଚିଠି ଲେଖିଥିଲେ ସାଂସଦ ତଥାଗତ ଶତପଥୀ । ତେବେ ତୋମାର ହିନ୍ଦିରେ ଚିଠି ଲେଖି ତଥାଗତ ସତପଥିଙ୍କୁ ଚିଠି ଲେଖିଥିଲେ । ନ୍ୟୁ ଇଣ୍ଡିଆ ମନ୍ଥନ ସଂକଲ୍ପ ସେ ସିଦ୍ଧି କାର୍ଯ୍ୟକ୍ରମ ପ୍ରସଙ୍ଗରେ ଗ୍ରାମସଭା ଆୟୋଜନ ସଂପର୍କୀତ ଥିଲା । ତେବେ ସେହି ମାସ ୧୯ ତାରିଖରେ ତାର ଉତ୍ତର ଓଡ଼ିଆରେ ଲେଖିଥିଲେ ତଥାଗତ ସତପଥି । ସେ ହିନ୍ଦି ଜାଣି ନଥିବାରୁ ତାଙ୍କୁ ଇଂରାଜୀ କିମ୍ବା ଓଡ଼ିଆରେ ପତ୍ରାଳାପ ପାଇଁ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିଲେ ବିଜେଡି ସାଂସଦ । ଆଉ ତାହା ସେତେବେଳେ ଖବରରେ ରହିଥିଲା । ଏବେ ୯ ମାସ ପରେ ତଥାଗତଙ୍କୁ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର । ଆଉ ଏହା ରାଜନୈତୀକ ଆଲୋଚନାକୁ ତେଜିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.