ପ୍ରଚାର ମଇଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ- ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ଜଗତସିଂହପୁର ଜିଲ୍ଲା, ପର୍ଯ୍ୟାପ୍ତ ଅନୁଦାନ ପରେ ବି ଓଡିଶାର ଆଖିଦୃଶିଆ ବିକାଶ ହେଉନି

Published By : Prameya-News7 Bureau | October 23, 2020 IST

ଭୁବନେଶ୍ଵର ୨୩।୧୦:  ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପି ପାର୍ଟି ଅଫିସରୁ ଭର୍ଚୁଆଲ ରାଲି ମାଧ୍ୟମରେ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧନ କରି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ତିର୍ତ୍ତୋଲ ଭୋଟର ଙ୍କୁ ନିବେଦନ କରିଛନ୍ତି। ଏହି ଉପ ନିର୍ବାଚନରେ ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ରାଲି। ପ୍ରଥମ ରାଲିକୁ ସମ୍ଵୋଧିତ କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଅନୁଦାନ ମିଳୁଥିଲେ ମଧ୍ୟ ଓଡିଶାର ଆଖି ଦୃଶିଆ ବିକାଶ ହେଉନି।

ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଜଗତସିଂହପୁର ଜିଲ୍ଲା ରହିଛି। ଉପ ନିର୍ବାଚନ ନ ହୋଇ ଥିଲେ ଭଲ ହୋଇଥାନ୍ତା । କିନ୍ତୁ ବିଷ୍ଣୁ ଦାସଙ୍କ ବିୟୋଗ ପାଇଁ ଆଜି ଉପ ନିର୍ବାଚନ ହେଉଛି । ସେ ଜଣେ ବଡ ଦଳିତ ନେତା ଥିଲେ । ସେ  କହିଛନ୍ତି ଯେଉଁ ବ୍ରିଜ ଏବେ ଶୁଭ ଦିଆଗଲା ବିଷ୍ଣୁ ଦାସ ବଂଚିଥିଲା ବେଳେ କାହିଁକି ଦେଲେ ନାହିଁ। ଜଗତସିଂହପୁରରେ ସ୍ୱାସ୍ଥ୍ୟ ଅବସ୍ଥା ଭୁଶୁଡି ପଡିଛି । କେନ୍ଦ୍ର ସରକାର ଓଡିଶାକୁ ପ୍ରଚୁର ଟଙ୍କା ଦେଉଛନ୍ତି। ତଥାପି ରାଜ୍ୟରେ ଆଖି ଦୃଶିଆ ଉନ୍ନୟନ କାମ ହୋଇ ପାରିନି। ସେ କହିଛନ୍ତି ୩୦  ଲକ୍ଷ ଲୋକ ଏବେ ବାହାର ରାଜ୍ୟରେ କାମ କରୁଛନ୍ତି । କରୋନା ମହାମାରୀ ଭିତରେ ଶ୍ରମିକଙ୍କ ପାଇଁ ଟ୍ରେନର ବ୍ୟବସ୍ଥା କରାଯାଇଛି।।

ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ ପରେ ବି ଓଡିଶାର ଅର୍ଥନୀତି କେବେ ସୁଦୃଢ ହେବ ସେ ପ୍ରଶ୍ନ କରିଛନ୍ତି। ମାଗଣା ଏଲପିଜି ବଣ୍ଟନ କରାଯାଇଛି । ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା କାହିଁକି ଲାଗୁ କରୁନାହାନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।  ଏହା ଲାଗୁ କରିଥିଲେ ରୋଗୀ ପିଛା ୫ ଲକ୍ଷ ମିଳିଥାନ୍ତା । ଦୀପ ତଳ ଅନ୍ଧାର । ଭୋଟ୍ ସରିଗଲେ ରାଜ୍ୟ ସରକାର ପ୍ରତିଶ୍ରୁତି ଭୁଲି ଯାଉଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି ପାରାଦୀପରେ ବେକାରୀ ସଂଖ୍ୟା ଅଧିକ । ନିର୍ବାଚନ ଜିତିବା, ବିଜେପୁର, ପାଟକୁରା ବେଳେ ଶାସକ ଦଳ ତରଫରୁ ଯେଉଁ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରତିଶୃତି ଦିଆଯାଇଥିଲା ତାହା ପୂରଣ କରି ନାହାନ୍ତି ଶାସକ ଦଳ । ଓଡିଶାର ଖଣି କିଏ ଲୁଟିଲା, ଓଡିଶାର ଚିଟ ଫଣ୍ଡ ଟଙ୍କା ଖାଇଲା କିଏ । ତେଣୁ ସମୟ ଆସିଛି ଉପ ନିର୍ବାଚନରେ ବିଜେପିକୁ ବିଜୟୀ କରାନ୍ତୁ ବୋଲି ବୋଲି ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.