Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ମହାକାଶ ଗବେଷଣାରେ ପ୍ରମୁଖ ଭୂମିକାରେ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

28/08/2020 at 8:03 AM

ଭୁବନେଶ୍ୱର୨୮/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଆଣିଥିବା ସଂସ୍କାର ଓଡ଼ିଶା ଭଳି ରାଜ୍ୟ ପାଇଁ ସହାୟକ ହୋଇଥିବା ବେଳେ ଓଡ଼ିଶା ଭାରତର ମହାକାଶ ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି । ବାଲେଶ୍ୱରର ଚାନ୍ଦିପୁର ଏବଂ ଭଦ୍ରକର ଭାରତରତ୍ନ ଅବଦୁଲ କଲାମ ଦ୍ୱୀପପୁଞ୍ଜ ଭଳି କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଭାରତର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ମହାକାଶ କ୍ଷେତ୍ରରେ ମୋଦି ସରକାରଙ୍କ ସଂସ୍କାର ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି କହିଛନ୍ତି, ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ମାର୍ଗରେ ଆଗକୁ ବଢୁଛନ୍ତି। ଭାରତର ମହାକାଶ କ୍ଷେତ୍ରରେ ଉଦାରୀକରଣ ଅପାର ସମ୍ଭାବନାର ସମ୍ଭାର ଆଣିବା ସହ ଦେଶର ବିକାଶରେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ବଡ଼ ଭୂମିକା ଗ୍ରହଣ କରିବ।

ଶ୍ରୀ ପ୍ରଧାନ କହିଛନ୍ତି, ନୂଆ ମହାକାଶ ବୋର୍ଡ ଇଣ୍ଡିଆନ ନ୍ୟାସନାଲ ସ୍ପେଶ୍‌ ପ୍ରମୋସନ ଆଣ୍ଡ୍‌ ଅଥୋରାଇଜେସନ (ଆଇଏନ୍‌- ସ୍ପେଶ)ର ପ୍ରତିଷ୍ଠା ମହାକାଶ ବିଶେଷ ଭାବରେ ମହାକାଶ ପ୍ରଯୁକ୍ତିବିଦ୍ୟାର ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ନବସୃଜନ, ଅଭିବୃଦ୍ଧି ଏବଂ ଭାରତକୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ “ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍‌ (ଏନ୍‌ଏସ୍‌ଆଇଏଲ୍‌)’ ମହାକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ନୂଆ ଦିଗଦର୍ଶନ ଦେବ ଏବଂ ଆମ ମହାକାଶ ଆସେଟର ସର୍ବୋତ୍ତମ ବ୍ୟବହାରକୁ ସ୍ଥାୟୀ କରିପାରିବ। ଷ୍ଟାର୍ଟଅପକୁ ସହଯୋଗ କରାଯିବା ବେସରକାରୀ ଉଦ୍ୟୋଗୀଙ୍କ ପାଇଁ ନୂଆ ସ୍ତର ତିଆରି କରିବ ଏବଂ ଏହା ମହାକାଶ ଆସେଟରେ ସାମାଜିକ-ଅର୍ଥନୈତିକର ବ୍ୟବହାରକୁ ପ୍ରୋତ୍ସାହନ ଦେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘକାଳୀନ ଦୂରଦୃଷ୍ଟି ଭାରତକୁ ମହାକାଶ କାର୍ଯ୍ୟକ୍ରମରେ ନୂଆ ପର୍ଯ୍ୟାୟରେ ପହଞ୍ଚାଇବ ଓ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଭାରତୀୟ କମ୍ପାନୀଗୁଡ଼ିକୁ ବିଶ୍ୱ ମହାକାଶ ଅର୍ଥନୀତିରେ ପ୍ରମୁଖ ଭୂମିକାରେ ଛିଡ଼ା କରାଇବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି କହିଛନ୍ତି।

   Related Posts