ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ- ମହିଳାଙ୍କୁ ସଶକ୍ତ ସହ ବିକାଶ କରିବା ମୋଦୀ ସରକାରଙ୍କ ମୂଳସ୍ତମ୍ଭ

Published By : Prameya-News7 Bureau | December 26, 2020 IST

ଢ଼େଙ୍କାନାଳ ୨୬।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପ୍ରଧାନମନ୍ତ୍ରୀ ମୋଦୀ ମହିଳା ବିରୋଧୀ’ ମନ୍ତବ୍ୟ ଉପରେ ଆଜି ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ବାସ୍ତବରେ ପ୍ରଧାନମନ୍ତ୍ରୀ ଭାରତବର୍ଷର ମହିଳା ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ସହ କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ, ଜନଧନ ଆକାଉଂଟଧାରୀ ଏବଂ ବିଧବା ମହିଳାଙ୍କୁ ଭତା ଓ ଅନ୍ୟାନ୍ୟ ସହାୟତା ଦେଇଛନ୍ତି । ମହିଳା ମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ବିକାଶ କଥା ଚିନ୍ତା କରିବା ମୋଦୀ ସରକାରଙ୍କ ମୂଳସ୍ତମ୍ଭ ବୋଲି ଶନିବାର ଢ଼େଙ୍କାନାଳର ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଉଦବୋଧନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ମହିଳାଙ୍କ ପାଇଁ ସମଗ୍ର ଭାରତବର୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ନିର୍ମାଣ କରୁଛନ୍ତି । ମୋଦୀ ସରକାରରେ ଓଡ଼ିଶାରେ ୭୭ ଲକ୍ଷ ୧୪ ହଜାର ୮୦୯ଟି ଘର ସହ ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କୁ ସମ୍ମାନ ଦେଇଛନ୍ତି । ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ୪୭ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ କରୋନା ସମୟରେ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଦେଶର ମାଆ ଓ ଭଉଣୀମାନେ ଶୌଚ ଏବଂ ଜାଳେଣୀ କାଠ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁନାହାନ୍ତି ।

ରାଜ୍ୟର ୮୫.୨୦ ଲକ୍ଷ ଜନଧନ ଆକାଉଂଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟି ଟଙ୍କା ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତା (ଏନଏସଏପି)ର ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡିଶାରେ ମିଶନ ଇନ୍ଦ୍ରଧନୁଷରେ ୩.୮ ଲକ୍ଷରୁ ଉର୍ଦ୍ଧ୍ୱ ଶିଶୁ ଏବଂ ୧.୧୦ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି ।

ଓଡିଶାର ପଛୁଆ ଜିଲ୍ଲା ଯଥା କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଢେଙ୍କାନାଳ, ରାୟଗଡା, ବଲାଙ୍ଗୀର, ମାଲକାନଗିରି ଏବଂ ଗଜପତି ଜିଲ୍ଲାର ଗ୍ରାମାଂଚଳର ମହିଳାଙ୍କୁ ଶିକ୍ଷା, ନିଯୁକ୍ତି, ଦକ୍ଷତା ବିକାଶ ପାଇଁ ମହିଳା ଶକ୍ତି କେନ୍ଦ୍ର ପ୍ରତିଷ୍ଠା ପାଇଁ ୭.୭୫ କୋଟି ଦିଆଯାଇଛି । ପୋଷଣ ଅଭିଯାନରେ ଓଡିଶାର ୩୦ଟି ଜିଲ୍ଲାକୁ ଅନ୍ତଭୃକ୍ତ କରାଯାଇଛି । ଏହି ଯୋଜନାରେ କେନ୍ଦ୍ରର ଭାଗ ଅନୁସାରେ ଓଡିଶାକୁ ଏପର୍ଯ୍ୟନ୍ତ ୧୫୧.୭୧ କୋଟି ଟଙ୍କା ଜାରୀ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ବେଟି ବଚାଓ, ବେଟି ପଢାଓ ଭଳି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ ୯.୪୮ ଲକ୍ଷ ଆକାଉଂଟ ସୁକନ୍ୟା ସମୃଦ୍ଧି ଯୋଜନାରେ ଖୋଲା ଯାଇଛି ।

{"id":383140,"sizeSlug":"large","linkDestination":"none"}

ବେଟି ବଚାଓ ଏବଂ ବେଟି ପଢାଓ ଓଡିଶାର ଗ୍ରାମାଞ୍ଚଳରେ ଆଣିଛି ବଡ ପରିବର୍ତନ ଆଣିଛି । ଓଡିଶାରେ ୧୧୪ଟି କସ୍ତୃରବା ଗାନ୍ଧି ବାଳିକା ବିଦ୍ୟାଳୟ ପରିଚାଳନା ହେଉଥିବା ବେଳେ ଏହା ଦ୍ୱାରା ୯ ହଜାର ୫୪୨ ଜଣ ଛାତ୍ରୀ ଉପକୃତ ହେଉଛନ୍ତି । ଏହାବ୍ୟତିତ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବା ମଧ୍ୟରେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ୮ ହଜାର ୭୦୨ ଜଣ ମହିଳା ଏହି ଯୋଜନାରେ ସମସ୍ତ ସେବା ଓ ସୁବିଧା ସହାୟତା ପାଇପାରୁଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ପ୍ରଧାନ । 

ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ପରୀ ରଥ ବୁଲାଇଲେ । ମାତ୍ର ନୟାଗଡ଼ର ଛୋଟ ଶିଶୁ ପରୀ ମାମଲା କଣ ହେଲା ? ରାଜ୍ୟର ୫ ହଜାରରୁ ଅଧିକ ଶିଶୁ କୁଆଡେ ଗଲେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.