Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

‘ଶୀତ ପାଇଁ ବଢୁଛି ପେଟ୍ରୋଲ-ଡିଜେଲର ଦାମ୍, ଶୀତ କମିଲେ ଦର କମିବ’: ଧର୍ମେନ୍ଦ୍ର ପ୍ରଧାନ

26/02/2021 at 4:02 PM

ନୂଆଦିଲ୍ଲୀ, ୨୬/୦୨ :  ସାରା ଦେଶରେ ପେଟ୍ରୋଲିୟମ ପଦାର୍ଥର ଦାମ୍ ହୁହୁ ହୋଇ ବଢିଚାଲିଛି । ପେଟ୍ରୋଲ ଡିଜେଲ ସମେତ ଇନ୍ଧନ ଗ୍ୟାସ୍‌ ବା ଏଲପିଜି ସିଲିଣ୍ଡରର ଦାମ୍ ଲଗାତର ଭାବେ ବୃଦ୍ଧି ପାଉଛି । ଏହାମଧ୍ୟରେ କେନ୍ଦ୍ର ପାକୃତିକ ଗ୍ୟାସ ତଥା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ଶୀତ ସରିଗଲେ ଇନ୍ଧନର ଚାହିଦା କମିଯିବ । ଫଳରେ ଦାମ୍ ହ୍ରାସ ପାଇବ ବୋଲି ସେ କହିଛନ୍ତି । କିଛି ସହରରେ ପେଟ୍ରୋଲର ଦାମ୍ ୧୦୦ ଟଙ୍କା ଟପିବା ପରେ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ଦେଇଥିବା ଏକ ପ୍ରତିକ୍ରିୟାରେ ତୈଳ ଦରବୃଦ୍ଧି ନେଇ ଏପରି ପ୍ରତିକ୍ରିୟା ରଖିଛନ୍ତି ।

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ପେଟ୍ରୋଲିୟମ ସାମଗ୍ରୀର ଦାମର ପ୍ରଭାବ ଗ୍ରାହକଙ୍କ ଉପରେ ପଡୁଛି । ଶୀତ ସରିଗଲେ ଦାମ୍ ହ୍ରାସ ପାଇବ । ଏହା ଏକ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ । ଶୀତ ଦିନେ ଚାହିଦା ବଢୁଥିବାରୁ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟୁଛି । ଶୀତ ସହ ଏହାର ସମ୍ପର୍କ ରହୁଥିବାରୁ ଶୀତ କମିଲେ ତେଲ ଦାମ୍ ହ୍ରାସ ପାଇବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜିଏସଟି କାଉନସିଲରେ ପେଟ୍ରୋଲିୟମ ପଦାର୍ଥକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ ଯୋଜନା ରହିଛି । ଯଦି ପେଟ୍ରୋଲିୟମ ପଦାର୍ଥ ଜିଏସଟି ପରିସରକୁ ଆସେ ତେବେ ସାଧାରଣ ଲୋକଙ୍କୁ ବଡ ଆଶ୍ୱସ୍ତି ମିଳିବ । ଏହାସହ ଦେଶରେ ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶକୁ ସହାୟତା ମିଳିବ ।

ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲର ଦାମ୍ କେବେ କମିବ ସେ କହିପାରିବେ ନାହିଁ । ଏହା ଏକ ଧର୍ମ ସଙ୍କଟ ବୋଲି ସେ କହିଥିଲେ ।  

   Related Posts