Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ତୈଳ, ଗ୍ୟାସ ବିତରଣକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ହେଉଛି ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

3/06/2021 at 11:50 AM

ଭୁବନେଶ୍ୱର,୦୩/୦୬: ଉପଭୋକ୍ତାଙ୍କୁ ତୈଳ ଓ ଗ୍ୟାସ ବିତରଣ ଭଳି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କୋଭିଡ୍‌ ଯୋଦ୍ଧା ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣରେ ସାମିଲ କରିବା ଉଦ୍ଦେଶ୍ୟରେ ବୁଧବାର ଭୁବନେଶ୍ୱରଠାରେ ଇଣ୍ଡିଆନ ଅଏଲ ଏବଂ ଆପୋଲୋ ହସ୍ପିଟାଲ ସହଯୋଗରେ ୭ ଦିନିଆ “କୋଭିଡ୍‌-୧୯ ଟିକାକରଣ ଶିବିର’କୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି, ଇଣ୍ଡିଆନ ଅଏଲର ଚନ୍ଦ୍ରଶେଖରପୁରସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ଇଣ୍ଡିଆନ ଅଏଲ ଦ୍ୱାରା ଏହି ମେଗା ଭ୍ୟାକ୍ସିନେସନ ଡ୍ରାଇଭ ଆରମ୍ଭ ହୋଇଛି । ଇଣ୍ଡିଆନ୍‌ ଅଏଲ୍‌ ଏଠାରେ ଟିକାକରଣର ବ୍ୟବସ୍ଥା କରିଥିବାବେଳେ କନଫେଡ଼ରେସନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ସମନ୍ୱୟରେ ଟିକା ଲଗାଇବା ପାଇଁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ ବିବେଚିତ ହୋଇଛି । ଏହି କମ୍ପାନୀର ପେଟ୍ରୋଲ ପମ୍ପ ଗ୍ରାହକ ଆଟେଣ୍ଡାଣ୍ଟ, ଏଲ୍‌ପିଜି ଏବଂ ପେଟ୍ରୋଲ ବିତରକ, ତୈଳ ଟ୍ୟାଙ୍କର ପରିବହନ କରୁଥିବା ଚାଳକ ଭାଇ, ଅନ୍ୟାନ୍ୟ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଟିକା ଲଗାଯିବ । ଏହି ଟିକାକରଣ ଶିବିର ୨ ଜୁନରୁ ୮ ଜୁନ୍‌ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ୨୦୦ ଡୋଜ୍‌ ଟିକା ଦେବା ପାଇଁ ଯୋଜନା କରାଯାଇଛି ।

ଇଣ୍ଡିଆନ ଅଏଲ ନିଜସ୍ୱ ଖର୍ଚ୍ଚରେ ଟିକାକରଣ ବ୍ୟବସ୍ଥା କରିଥିବା ବେଳେ ଆନୁଷଙ୍ଗିକ ସହଯୋଗ ଦେଇଥିବାରୁ ସିଆଇଆଇ ଏବଂ ଆପୋଲୋ ହସ୍ପିଟାଲକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, କରୋନାର ଦ୍ୱିତୀୟ ଲହରରେ ଉପଭୋକ୍ତାଙ୍କୁ ନିରନ୍ତର ସେବା ଯୋଗାଇଥିବା ସମସ୍ତ ତୈଳ ଓ ଗ୍ୟାସ କମ୍ପାନୀର କୋଭିଡ୍‌ ଯୋଦ୍ଧାମାନଙ୍କ କାର୍ଯ୍ୟ ଓ ସାହସ ପ୍ରଶଂସନୀୟ । କେନ୍ଦ୍ରୀୟ ରାଷ୍ଟ୍ରାୟତ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ (ବିପିସିଏଲ୍‌), ହିନ୍ଦୁସ୍ଥାନ ପେଟ୍ରୋଲିୟମ (ଏଚ୍‌ପିସିଏଲ୍‌) ଖୁବ୍‌ଶୀଘ୍ର ସେମାନଙ୍କ କର୍ମଚାରୀ ଏବଂ ପରିବାର ଲୋକଙ୍କୁ ଟିକା ଦେବେ । ଏହାଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ ।

ଭାରତ ସରକାର ରାଜ୍ୟଗୁଡ଼ିକୁ ମାଗଣାରେ ୫୦ ପ୍ରତିଶତ ଟିକା ଯୋଗାଇ ଦେଉଥିବାବେଳେ ରାଜ୍ୟମାନେ ମଧ୍ୟ ୨୫ ପ୍ରତିଶତ ଏବଂ କର୍ପୋରେଟ୍‌ ଅନୁଷ୍ଠାନଗୁଡ଼ିକ ମଧ୍ୟ ବଜାର ଦରରେ ୨୫ ପ୍ରତିଶତ ଟିକା କିଣି ସେମାନଙ୍କ କର୍ମଚାରୀ, ସେମାନଙ୍କ ପରିବାର ଓ ସଂସ୍ଥା ସହ ଜଡ଼ିତ ଲୋକଙ୍କୁ ଲଗାଇବାର ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶାରେ ସରକାରୀ ଏବଂ ବେସରକାରୀ ସ୍ତରରେ ବଡ଼ ବଡ଼ କର୍ପୋରେଟ କମ୍ପାନୀ ଅଛନ୍ତି । ଇଣ୍ଡିଆନ ଅଏଲ, ବିପିସିଏଲ, ଏଚ୍‌ପିସିଏଲ, ସେଲ୍‌, ଏମ୍‌ସିଏଲ୍‌, ନାଲ୍‌କୋ, ଏନ୍‌ଟିପିସି, ରେଲୱେ, ପାରାଦୀପ ପୋର୍ଟ, ବିଏସ୍‌ଏନ୍‌ଏଲ୍‌, ଏପ୍ରକାର ଅନେକ ଅନେକ ସରକାରୀ ପିଏସୟୁ ଉଦ୍ୟୋଗ ଅଛନ୍ତି । ତତ୍‌ସହ ଏଠାରେ ଟାଟା, ଜିନ୍ଦଲ, ଆର୍ସେଲର ମିତ୍ତଲ ଭଳି ମଧ୍ୟ ଅଗ୍ରଣୀ କମ୍ପାନୀ ଓଡ଼ିଶାରେ କାମ କରୁଛନ୍ତି । ଏହି ସବୁ କର୍ପୋରେଟ୍‌ ଅନୁଷ୍ଠାନଗୁଡ଼ିକ ନିଜ ବ୍ୟବସ୍ଥାରେ କମ୍ପାନୀକୁ ଟିକା କିଣି ନିଜ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଲଗାଇ ଓଡ଼ିଶାର ନାଗରିକମାନଙ୍କୁ ଦିଆଯାଉଥିବା ଟିକା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ସମ୍ବେଦନଶୀଳ । ଏ ଦିଗରେ କରୋନା ମହାମାରୀର ଦ୍ୱିତୀୟ ଲହର ବିରୋଧରେ ଲଢ଼େଇ କରୁଥିବାବେଳେ କର୍ପୋରେଟ ଅନୁଷ୍ଠାନର ଏପରି ଟିକାକରଣ ଉଦ୍ୟମ ଭଲ ପଦକ୍ଷେପ । ଅପରପକ୍ଷରେ ଭାରତର ଟିକା ଉତ୍ପାଦନ କ୍ଷମତା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଜୁଲାଇ ସୁଦ୍ଧା ପ୍ରଦିଦିନ ୧ କୋଟି ଟିକା ଭାରତରେ ପ୍ରସ୍ତୁତ ହେବ ବୋଲି ଆକଳନ କରାଯାଇଛି । ଏ ସବୁର ଟିକାକରଣ ସମସ୍ତଙ୍କ ପ୍ରଚେଷ୍ଟା ଖୁବ ଶୀଘ୍ର ହେବା ପରେ ଏହି ଅଭିଯାନକୁ ଅନ୍ୟ ଅଂଚଳକୁ ମଧ୍ୟ ନିଆଯିବ । ଏହି କଠିନ ସମୟରେ ତୈଳ ଓ ଗ୍ୟାସ କମ୍ପାନୀମାନେ ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

   Related Posts