Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ଧର୍ମେନ୍ଦ୍ରଙ୍କ ପ୍ରତିଶୃତି ପରେ ଜୋର ଧରିଛି ଚାଉଳ ରାଜନୀତି : ବିଜେଡି ଚାଉଳ ରାଜନୀତି କରି ଦୁଇଥର କ୍ଷମତାକୁ ଆସିଛି ବୋଲି କହିଲା ବିଜେପି

14/04/2019 at 7:05 PM

ଭୁବନେଶ୍ୱର ୧୪/୪ : ବିଜେପି ଆପଣାଇଛି ବିଜେଡିର ଚାଉଳ ଫର୍ମୁଲା । ଚାଉଳ ରାଜନୀତି କରି ବିଜେଡି ଦୁଇଦୁଇ ଥର ଶାସନ ଗାଦିକୁ ଫେରିଛି ।  ଏବେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ଆପଣାଇଛି ସେହି ଫର୍ମୁଲା । କେବଳ ଟଙ୍କାରେ ଚାଉଳ ନୁହେଁ ଡାଲି ଓ ଲୁଣ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାହାକୁ ଗଣ୍ଠି କରିଛି ବିଜେଡି । ଇସ୍ତାହାର​‌ରେ ଉଲ୍ଲେଖ କରିନଥିବା ବିଜେପି ଏବେ ଭୟରେ ଏଭଳି ଜୁମୁଲାବାଜି କରିଛି। ଏପେଟ ପିସିସି ସଭାପତି ବିଜେପିକୁ କଟାକ୍ଷ କରିଛନ୍ତି।..

୧ ଟଙ୍କାରେ ୫ କିଲୋ ଚାଉଳ, ଅଧକିଲୋ ଡାଲି ଓ ଅଧକିଲୋ ଲୁଣ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ପରେ ରାଜନୀତିର ତଉଲ ଚାଲିଛି।  ବିଜେଡି ସହଜେ ଗ୍ରହଣ କରିପାରିନି । କାରଣ ଏହି ଚାଉଳ ରାଜନୀତି କରି ଦୁଇଦୁଇ ଥର ଶାସନ ଗାଦିକୁ ଆପଣାଇଛି ବିଜେଡି। ତେଣୁ ଏଥିରେ ଯେ ବିଜେପି ଭାଗ ବସେଇବ ତାକୁ ଗ୍ରହଣ କରିବାକୁ ଚାହୁଁନି ବିଜେଡି ।

ଇସ୍ତାହାରରେ ନ ଲେଖି, ପୁଣି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ କାହିଁକି ବିଜେପି ଏଭଳି ପ୍ରତିଶ୍ରୁତି ଦେଲା ବୋଲି ବିଜେଡି ପ୍ରଶ୍ନ କରିଛି । ୨କୋଟି ଚାକିରୀ, ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଭଳି ଇଏ ଆଉ ଏକ ଜୁମଲା ବୋଲି ବିଜେଡି କହିଛି । ଏପଟେ କଂଗ୍ରେସବି ବିଜେପିକୁ କଟାକ୍ଷ କରିଛି ।   ବିଜେପି କହିଛି ରାଜ୍ୟ ସରକାର ଯେଉଁ ୧ ଟଙ୍କାରେ ଚାଉଳ ଦେଉଛନ୍ତି ସେଥିରେ କେନ୍ଦ୍ର ସରକାରଙ୍କ ୨୯ଟଙ୍କା ୫୦ ପଇସା ରହିଛି। ତେଣୁ ଏବେ ଡାଲି ଲୁଣ ବି ବିଜେପି ଦେବ ବୋଲି ବିଜେପି କହିଛି।

ରାଜ୍ୟ ହେଉବା କେନ୍ଦ୍ର ସରାକର  ରାଜକୋଷରୁ ଗରିବଙ୍କୁ ଚାଉଳ ଦେଉଛନ୍ତି ।  କୌଣସି ରାଜନୈତିକ  ଦଳ ଦଳୀୟ ପାଣ୍ଠିରୁ ଚାଉଳ ଦେଉନାହାନ୍ତି । ପ୍ରଥମେ ଭୋକ ହଟାଇବାକୁ ଆରମ୍ଭ ହୋଇଥିବା ଏହି ଯୋଜନା ଏବେ ନିର୍ବାଚନ ମୁଦ୍ଦା ହୋଇଗଲାଣି। ରାଜନୈତିକ ଦଳମାନେ ନିଜ ଦଳୀୟ ପାଣ୍ଠିରୁ ଚାଉଳ ଦେବାକୁ ଘୋଷଣା କରନ୍ତୁ ରାଜନୈତିକ ବିଷାରଦମାନେ ମତ ପୋଷଣ କରିଛନ୍ତି।

   Related Posts