ମହାନଦୀ ପ୍ରସଙ୍ଗ ରାଜନୈତିକ ବିଷୟ ନୁହେଁ ବୋଲି କହିଲେ ଧର୍ମେନ୍ଦ୍ର
1/02/2019 at 8:39 AM

ନୂଆଦିଲ୍ଲୀ ୧|୨: ଛତିଶଗଡ଼ର ମହାନଦୀ ଟ୍ରିବୁନାଲ ଉପରେ ଓଡ଼ିଶାର ଉତ୍ତରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ମହାନଦୀ ପ୍ରସଙ୍ଗ ରାଜନୈତିକ ବିଷୟ ନୁହେଁ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଉତ୍ତେଜିତ ନହୋଇ ଆପୋଷ ବୁଝାମଣା କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ଛିତଶଗଡରେ ସେତେବେଳର ବିଜେପି ସରକାର ଅବହେଳା କରୁଥିବା ନେଇ ଯେଉଁ କଂଗ୍ରେସ ନେତା ଅଭିଯୋଗ କରୁଥିଲେ ସେମାନେ ଏବେ କୁଆଡେ ଗଲେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଛତିଶଗଡ଼ରେ ଏବେ କାହାର ସରକାର ଅଛି ବୋଲି ପ୍ରଶ୍ନ କରିଛନ୍ତି । ଫେବୃଆରୀ ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ଅଛି ।