Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସୁରଟରେ ରହୁଥିବା ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମାଲୋଚନା , କହିଲେ ଖାଲି କୁମ୍ଭୀର କାନ୍ଦଣା

16/12/2018 at 4:43 PM

ଭୁବନେଶ୍ବର୧୬/୧୨: ସୁରଟରେ ରହୁଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩ଟି ଚିଠି ଲେଖିବା ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି ଯେ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।୧୯ବର୍ଷ ଶାସନ କାଳରେ ସୁରଟ, ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ କି ହାଇଦ୍ରାବାଦ ହେଉ ଓଡ଼ିଆଲୋକଙ୍କୁ ଥରୁଟିଏ ଦେଖା କରିବାକୁ ଯାଇନାହାନ୍ତି ମୁଖ୍ୟମନ୍ତ୍ରୀ। ସୁରଟ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଉଛି ଆୟୁଷ୍ମାନ୍ ଯୋଜନାକୁ ରାଜ୍ୟରେ ଲାଗୁ କରନ୍ତୁ । ଯାହା ଫଳରେ ପ୍ରବାସୀ ଓଡ଼ିଆ ଏହାର ଲାଭ ଉଠାଇପାରିବେ। ୧୯ବର୍ଷ ଶାସନ କାଳରେ ରୋଜଗାର ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଯୁବକମାନେ ବାହାର ରାଜ୍ୟରେ କାମ କରୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର। କେନ୍ଦ୍ରମନ୍ତ୍ରୀଙ୍କ ଆକ୍ଷେପ ଉପରେ ଜବାବ ରଖି ବିଜେଡ଼ି କହିଛି ଯେ ନବୀନଙ୍କ ଗସ୍ତ ରାଜନୈତିକ ନୁହେଁ। ଓଡ଼ିଆ ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ଅଛି ଏବଂ ଧର୍ମେନ୍ଦ୍ର ପରାମର୍ଶ ଦେବା ଦରକାର ନାହିଁ ବୋଲି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ସେହିପରି ପ୍ରବାସୀ ଓଡ଼ିଆଙ୍କର ସ୍ବାସ୍ଥ୍ୟ କଥା ବୁଝିବାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଛି ବୋଲି ପ୍ରତାପ ଦେବ କହିଛନ୍ତି।  

   Related Posts