Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସମ୍‌କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଭିଡ୍ ଭାକସିନର ସଫଳତା ପାଇଁ ମନାସିଲେ ଶୁଭ

28/07/2020 at 9:42 PM

ଭୁବନେଶ୍ୱର,୨୮|୦୭: କୋଭିଡ୍ -୧୯ ଭାକସିନ୍ ‘କୋଭାକ୍ସିନର ହ୍ୟୁମାନ୍ ଟ୍ରାଏଲ୍ ରାଜ୍ୟର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ ଆଣ୍ଡ୍ ସମ୍ ହସ୍ପିଟାଲରେ ହୋଇଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସିବ୍ୟକ୍ତ କରିବା ସହ ଭାକସିନର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । 

କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ମାନବ ଜାତିର ସେବା  କଥା ଆସିଲେ ଓଡ଼ିଶାର ଲୋକମାନେ କେବେ ବି ପଛରେ ରହିନଥାନ୍ତି । କୋଭିଡ୍ -୧୯ ଟୀକା କୋଭାକ୍ସିନର ମାନବ ପରୀକ୍ଷଣ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ ଆଣ୍ଡ୍ ସମ୍ ହସ୍ପିଟାଲରେ କରାଯାଇଛି । ଯାହା ଖୁସିର କଥା । ବହୁଳ ମାତ୍ରାରେ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏହି ଭାକସିନର ପରୀକ୍ଷଣ କରାଯାଇଛି ।

ହ୍ୟୁମାନ୍ ଟ୍ରାଏଲ ପାଇଁ ଓଡ଼ିଶାର ଏକମାତ୍ର ଅନୁଷ୍ଠାନକୁ ଇଣ୍ଡିଆନ କାଉନସିଲ୍ ଫର୍ ରିସର୍ଚ୍ଚ (ଆଇସିଏମଆର) ସ୍ୱୀକୃତି ପ୍ରଦାନ କରିଥିବାରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ ଆଣ୍ଡ୍ ସମ୍ ହସ୍ପିଟାଲର ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ୱଦେଶୀ ଭାବରେ ବିକଶିତ କୋଭାକ୍ସିନ୍ ହେଉଛି ସ୍ୱାସ୍ଥ୍ୟ ସେବା ନବସୃଜନ କ୍ଷେତ୍ରରେ ଭାରତର ବିପୁଳ ସାମର୍ଥ୍ୟର ଅନ୍ୟତମ ପ୍ରମାଣ । ଏହାର ସଫଳତା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିବା ସହ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

   Related Posts