ବନ୍ୟାଂଚଳ ଗ୍ରସ୍ତପରେ ପ୍ରଶାସନ ଓ ସରକାରଙ୍କ ଅପାରଗତାକୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ସେପଟେ ବିଜେଡ଼ି କହିଛି ସେ ଅସହିଷ୍ଣୁ ହୋଇପଡ଼ିଛନ୍ତି
18/10/2018 at 6:20 PM

ଗଜପତି;୧୮/୧୦- ତିତିଲି ଓ ବନ୍ୟା କ୍ଷତିଗ୍ରସ୍ତ ଗଜପତି ଓ ଗଞ୍ଚାମ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଜପତିର ରାୟଗଡ ଓ ଆସିକା ଅଞ୍ଚଳରେ ପ୍ରଭାବିତଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ । ଗଙ୍ଗାବାଡରେ କେନ୍ଦ୍ରମନ୍ତ୍ରୀଙ୍କ ହେଲିକ୍ୟାପଟର ଅବତରଣ କରିବାକୁ ଦିଆଗଲା ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ସେପଟେ ସେପଟେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଗଞ୍ଜାମର କ୍ଷତିକ୍ଷସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଗୋଟିଏ ନ ପରେ ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଅସହିଷ୍ଣୁ ହୋଇ କେନ୍ଦ୍ର ମନ୍ତ୍ରୀ ରାଜନୀତି ପାଇଁ ଗସ୍ତ କରିଥିବା କହିଛି ବିଜେଡି ।
ତିତିଲି ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଜପତିର ଲକ୍ଷ୍ମୀପୁର ଓ କଇଁପୁର ପଞ୍ଚାୟତରେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ବିପନ୍ନଙ୍କୁ ଭେଟିବା ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଲକ୍ଷ୍ମୀପୁର ପଞ୍ଜାୟତର ସବୁଠୁ ବେଶୀ କ୍ଷତିଗ୍ରସ୍ତ ତିତଲି ଗାଁରେ ପହଞ୍ଚିଥିଲେ ଧର୍ମେନ୍ଦ୍ର। ଏହି ଗାଁରେ କ୍ଷତିଗ୍ରସ୍ତ ହୋଇଥିବା ୧୦୦ ପରିବାର ବତ୍ୟାରେ ବାସହୀନ ହୋଇଛନ୍ତି, ବିଦ୍ୟୁତ ସରୋବରାହ ବନ୍ଦ ଅଛି। ଗାଁରେ ବତ୍ୟା କ୍ଷତିଗ୍ରସ୍ତ ମାନେ ସେମାନଙ୍କୁ ବାତ୍ୟାର ୮ ଦିନ ପରେ ରିଲିଫ ସାମଗ୍ରୀ ପହଞ୍ଚି ନଥିବା କିମ୍ବା ଖୋଲା ଆକାଶ ତଳେ ରହୁଥିଲେ ମଧ୍ୟ ପଲିଥିନ ଖଣ୍ଡ ମିଳନଥିବା ଅଭିଯୋଗ କରଥିଲେ। ଏହା ପରେ ବାଇକରେ ବୁଲି ପୁରା ଅଞ୍ଚଳର ସ୍ଥିତି ପରଖିଥିଲେ । ସରକାରଙ୍କ ଅପରାଗତାରୁ ଏପରି ହୋଇଥିବା ଆରୋପ ଆଣିବା ସହ ଘଟଣାରେ ଆଠ ଦିନ ପରେ ବି ସ୍ଥିତି ସୁଧୁରି ନଥିବା ପାଇଁ ପ୍ରଶାସନ ଓ ସରକାରଙ୍କୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାପରେ ଆସିକା ର ମଗଂଳପୁର ଦେବଭୂମୀ ଜାହାଡା ସମେତ ଅନେକ ବନ୍ୟା ଅଂଚଳ ବୁଲି ଦେଖିଥିଲେ । କେନ୍ଦ୍ରମନ୍ତ୍ରୀ ରିଲିଫ ଓ ସହାୟତା ଯୋଗାଣରେ ଅବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏହା ସହ କେନ୍ଦ୍ର ସରକାର ଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ଖର୍ଚ୍ଚ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିଛନ୍ତି। ସେପଟେ ବିଜେଡି କହିଛି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଅସହିଷ୍ଣୁ ହୋଇ କେନ୍ଦ୍ର ମନ୍ତ୍ରୀ ରାଜନୀତି ପାଇଁ ଗସ୍ତ କରିଛନ୍ତି ।