Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

‘କରୋନା’ରୁ ‘ୟାସ୍’ ମୁକାବିଲା: କେନ୍ଦ୍ର-ରାଜ୍ୟ ସଂପର୍କକୁ ଅଧିକ ବାସ୍ତବ ଓ ସହଜ କରିଛନ୍ତି ଧର୍ମେନ୍ଦ୍ର

28/05/2021 at 8:43 PM

ଭୁବନେଶ୍ଵର ୨୮।୦୫: ୟାସ୍ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିବା ସହ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ। ତିନୋଟି ରାଜ୍ୟ ପାଇଁ ଏକ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରାଯାଇଥିବା ବେଳେ ସେଥିରୁ ଓଡିଶା ଭାଗରେ ୫୦୦ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡିଶା ଗସ୍ତରେ ଆସି ଫେରିବା ପରେ ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଥିଲେ। ତେବେ ଆଜିର ସ୍ଥିତି ପରେ ପୁଣି ଥରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଆରା ଭୂମିକାଟି ଅଧିକ ସ୍ପଷ୍ଟ ହୋଇଛି। ଓଡିଶାର ବାତ୍ୟା ମୁକାବିଲାରେ ରାଜ୍ୟ-କେନ୍ଦ୍ର ସମନ୍ଵୟ ଚଳିତ ଥର ଅଧିକ ସ୍ପଷ୍ଟ ଓ ପ୍ରଭାବୀ ଥିବା ବେଳେ ତତ୍କାଳ କେନ୍ଦ୍ରୀୟ ସହାୟତା ଘୋଷଣା ସହ ବାତ୍ୟା ପୂର୍ବବର୍ତ୍ତୀ ସ୍ଥିତିରେ ରାଜ୍ୟ ପ୍ରତି କେନ୍ଦ୍ରୀୟ ଫୋକସ୍ ନିଶ୍ଚିତ ଭାବେ ଗୁରୁତ୍ଵ ରଖିଛି। ତେବେ ବାତ୍ୟା ସହ ଦେଶ ଏବଂ ରାଜ୍ୟ ବର୍ତ୍ତମାନ ସମ୍ମୁଖୀନ ହୋଇଥିବା କରୋନା ମହାମାରୀ ମୁକାବିଲାରେ ବି ରାଜ୍ୟ-କେନ୍ଦ୍ର ଭିତରେ ଏକ ସହଜ ସଂପର୍କ ମଧ୍ୟ ସ୍ପଷ୍ଟ। ବଡ କଥାଟି ହେଲା ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ବେଶି ବାରି ହୁଏ।

ୟାସ୍ ମୁକାବିଲା ପ୍ରକ୍ରିୟାରେ ସାମିଲ ହୋଇ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିୟମିତ ଭାବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ) ମହା ନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କ ସହ କ୍ରମାଗତ ଯୋଗାଯୋଗରେ ଥାଇ ସ୍ଥିତିର ଅନୁଧ୍ୟାନ କରୁଥିଲେ। ସ୍ଥାନାନ୍ତରଣ କାର୍ଯ୍ୟରେ କ୍ରିୟାନ୍ଵୟନ ଓ ଉଦ୍ଧାର-ରିଲିଫ କାର୍ଯ୍ୟକୁ ତ୍ଵରାନ୍ଵିତ କରିବାରେ ସମସ୍ତ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ। ଏହା ସହ ତାଙ୍କ ବିଭାଗ ମଧ୍ୟ ତୈଳ ଓ ଗ୍ୟାସ୍‌ର ମହଜୁଦ ଓ ଯୋଗାଣକୁ ପ୍ରାଥମିକତା ଦେଇଥିଲା। ଏପରିକି ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ ଗତ ୨୪ ତାରିଖ ଦିନ ସେ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଏବଂ ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଆଲୋଚନା କରି ପ୍ରସ୍ତୁତି ତ୍ଵରାନ୍ଵିତ କରିଥିଲେ। ଏହା ରାଜ୍ୟ ପ୍ରତି ତାଙ୍କ ଗୁରୁତ୍ଵ ସହ ଜଣେ ମନ୍ତ୍ରୀ ଭାବେ ଦକ୍ଷତା ଓ ନେତୃତ୍ଵର ପରିପକ୍ଵତାକୁ ପ୍ରମାଣ କରେ।

ସେହିଭଳି ଭାବେ ମଧ୍ୟ ସେ  କୋଭିଡ୍ ମୁକାବିଲାରେ କେନ୍ଦ୍ର-ରାଜ୍ୟ ସଂପର୍କକୁ ଅଧିକ ସହଜ ଓ ସମନ୍ଵିତ କରିବାରେ ଭୂମିକା ନିଭାଇଛନ୍ତି। କାରଣ କୋଭିଡ୍ ମୁକାବିଲାକୁ ଓଡିଶା ସରକାର ଅଧିକ ଗୁରୁତ୍ଵ ଦେଇଛନ୍ତି। ଏପରିକି ଅନେକ କ୍ଷେତ୍ରରେ ଓଡିଶା ଜାତୀୟସ୍ତରରେ ଅନନ୍ୟ ଏବଂ ମଡେଲ ମଧ୍ୟ। କୋଭିଡ୍ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍ ଭଳି କଠିନ ପଦକ୍ଷେପ ସହ ଟିକାକରଣକୁ ମଧ୍ୟ ରାଜ୍ୟ ସରକାର ପ୍ରାଥମିକତା ଦେଇ ଚାଲିଛନ୍ତି। ଏହା ଭିତରେ ସାରା ଦେଶକୁ ଓଡିଶାର ଏକ ମହାନ ଦାନ ଭାବେ ଉଭା ହୋଇଛି ଅକ୍ସିଜେନ ଯୋଗାଣ। ରାଜ୍ୟ ସରକାରଙ୍କ ଭୂମିକାକୁ କେନ୍ଦ୍ର ସରକାରଙ୍କ ସହଯୋଗ ମଧ୍ୟ ରହିଛି। ଆଉ ଏହି ପ୍ରକ୍ରିୟାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ନେଇଛନ୍ତି ଏକ ପ୍ରମୁଖ ଭୂମିକା। କରୋନା ସଚେତନତା ସହ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ଵାରା ୫ ହଜାର କୋଭିଡ୍ ବେଡର ବ୍ୟବସ୍ଥା ଲାଗି ପ୍ରତିଶ୍ରୁତି ସହ ଏକ ହଜାରରୁ ଅଧିକ ଭେଣ୍ଟିଲେଟର ସୁବିଧା ଲାଗି ମଧ୍ୟ ଭରସା ଦେଇଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ।

ଓଡିଶାରେ ସ୍ଵାସ୍ଥ୍ୟ ସେବାର ବିକାଶ ପାଇଁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ଵ ଦେଉଥିବା ତାଙ୍କ କାର୍ଯ୍ୟଧାରାରୁ ସ୍ପଷ୍ଟ। ବିଭିନ୍ନ ସମୟରେ ଭିଡିଓ କନଫରେନ୍ସି ଜରିଆରେ ଓଡିଶାରେ କାର୍ଯ୍ୟରତ ରାଷ୍ଟ୍ରାୟତ ଉଦ୍ୟୋଗ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ଵାସ୍ଥ୍ୟ ସଂଗଠନ, ବ୍ୟାଙ୍କିଙ୍ଗ ଏବଂ ରେଳ ବାଇର ମୁଖ୍ୟ ଅଧିକାରୀଙ୍କ ସହ ସମୀକ୍ଷା ଓ ଆଲୋଚନା କରିବାର ନଜିର ରହିଛି। ଅଧିକ ଟେଷ୍ଟିଂ ସହ ଟିକାକରଣକୁ ଗୁରୁତ୍ଵ ଦେବା ସହ କରୋନା ଟେଷ୍ଟିଂ ଅଭିଯାନରେ ସାମିଲ ହେବାକୁ ଜନ ସାଧାରଣକୁ ଆହ୍ଵାନ ଦେଇ ସଚେତନତା ଅଭିଯାନରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ସାମିଲ ହେବା ଏକ ଭଲ ଉଦାହରଣ। ବିକାଶ ସହ ବିପର୍ଯ୍ୟୟରେ ରାଜ୍ୟକୁ କେନ୍ଦ୍ରର ସହାୟତା ଏବଂ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା, ଏହା ନିଶ୍ଚିତ ଭାବେ ଦାୟିତ୍ଵ, ନେତୃତ୍ଵ, ଦକ୍ଷତା ଓ ପରିପକ୍ଵତାର ପ୍ରମାଣ ଦିଏ। ଜଣେ ଅଭିଜ୍ଞ ରାଜନେତା ଭାବେ ଧର୍ମେନ୍ଦ୍ରଙ୍କ ପରିଚିତ ରହିଛି। କିନ୍ତୁ କୋଭିଡ୍ ଓ ୟାସ୍ ମୁକାବିଲା ତାଙ୍କୁ ଅଧିକ ଆଦୃତ କରିବା ସହ ସୋସିଆଲ ମିଡିଆରେ ବେଶି ପ୍ରଶଂସା ସାଉଁଟିଛି।

   Related Posts