୨୦୧୯-୨୦ କେନ୍ଦ୍ର ବଜେଟ୍ କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା, କହିଲେ ନୂଆ ଭାରତ ସହ ନୂଆ ଓଡିଶାର ମୂଳଦୁଆ ହେବ ଏହି ବଜେଟ୍
5/07/2019 at 8:47 PM

ନୂଆଦିଲ୍ଲୀ/ଭୁବନେଶ୍ୱର, ୫।୭ : ସଂସଦରେ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା ବଜେଟ୍ କୁ ନୂଆଭାରତ ଓ ନୂଆ ଓଡିଶାର ମୂଳଦୁଆ ପକେଇବାର ବଜେଟ୍ ବେଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଜେଟ୍ କୁ ଭାରତବର୍ଷର ଚାଷୀ, ଯୁବକ, ମହିଳା ଓ ଗରିବ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍ ବୋଲି ଧର୍ମେନ୍ଦ୍ର ନୂଆ ଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି।
ବଜେଟ୍ ପାଇଁ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇବା ସହ ଏହି ବଜେଟରୁ ଓଡିଶା ଭଳି ରାଜ୍ୟ ବିଶେଷ ଭାବୋ ଲାଭପାଇ ପାରିବ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶୁକ୍ରବାର ଦେଶର ପୂର୍ଣ୍ଣାଙ୍ଗ ବଜେଟ୍ ଲୋକସଭାରେ ପ୍ରଥମଥର ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପାନ କରିଛନ୍ତି। ଏହିବଜେଟ୍ ଭବିଷ୍ୟତର ବଜେଟ୍ । ଆଗାମୀ ୧୦ ବର୍ଷରେ ଭାରତର ପ୍ରଗତିର ପ୍ରବାସ କେଉଁଭଳି ହେବ ଏହି ବଜେଟ କେବଳ ତା’ର ଏକ ପ୍ରତିଫଳନ ବୋଲି ସେ କହିଛନ୍ତି ।
ଗୋଟିଏ ନୂଆ ଭାରତ ଗଢିବାର ଯେଉଁ ପ୍ରତିବଦ୍ଧତା ଭାରତର ସବୁ ଲୋକଙ୍କର ରହିଛି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ୧୦ ବର୍ଷିଆ ଖସଡାର ୫ ବର୍ଷର ସ୍ପଷ୍ଟ ଯୋଜନା ଏହି ବଜେଟ୍ ରେ ଉପସ୍ଥାପିତ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଦେଶର ସର୍ବାଧିକ ଲୋକମାନଙ୍କ ଆର୍ଥିକ ଉନ୍ନତି, ସମସ୍ତଙ୍କୁ ମୌଳିକ ସୁବିଧା ତଥା ଘର, ବିଜୁଳି, ସ୍ୱଚ୍ଛ ଇନ୍ଧନ ଭାବେ ଏଲପିଜି ସଂଯୋଗ, ଶୌଚାଳୟ, ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ, ଗ୍ରାମାଞ୍ଚଳରେ ଗମନାଗମନର ବ୍ୟବସ୍ଥା, ରୋଜଗାରର ବ୍ୟବସ୍ଥା, କୃଷି ଉତ୍ପାଦିତ ଜିନିଷର ବଜାରୀକରଣ ବ୍ୟବସ୍ଥା ଏ ସବୁ ଉପରେ ବଡ ନିବେଶ ପାଇଁ ଏହି ବଜେଟରେ ସ୍ପଷ୍ଟଚିତ୍ର ରହିଛି । ଏହାବ୍ୟତୀତ ରେଳ, ରାସ୍ତା, ଜଳପଥ, ଗ୍ୟାସଗ୍ରୀଡ୍, ଇଣ୍ଟରନେଟ୍ ପାଇଁ ଆଇ-ୱେ ଏହି ସବୁଗୁଡିକରେ ମଧ୍ୟ ଚଳିତବର୍ଷ ଓ ଆଗାମୀ ୫ ବର୍ଷରେ କ’ଣ ନିବେଶ କରାଯିବ ସେ ନେଇ ମଧ୍ୟ ବଜେଟରେ ଉଲ୍ଲେଖ ରହିଛି।
ଧର୍ମେନ୍ଦ୍ର କହିଛନ୍ତିଯେ ବଜେଟରେ ମଧ୍ୟମ ବର୍ଗୀୟ ଲୋକଙ୍କ ଉପରେ କୌଣସି ଅତିରିକ୍ତ କର ବୋଝନାହିଁ । ଏହା ଏକ ଯୁଗାନ୍ତକାରୀ ବଜେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁନର୍ବାର ଯେଉଁ ଜନାଦେଶ ମିଳିଛି, ଏହାର ଅର୍ଥକୁ ସାମ୍ନାରେ ରଖିଏହି ବଜେଟ୍ ଅଣାଯାଇଛି । ଏହି ବଜେଟ୍ ରେ ଓଡିଶା ଭଳି ରାଜ୍ୟ ବିଶେଷ ଲାଭାର୍ଥୀହେବ ।
ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ୧ ଲକ୍ଷ ୨୫ ହଜାର କିଲୋମିଟର ରାସ୍ତା ବନିବ । ୮୦ ହଜାର କୋଟି ଟଙ୍କା ଏଥିରେ ଖର୍ଚ୍ଚହେବ । ଓଡିଶାଏହାର ସିଂହ ଭାଗପାଇବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେହିପରି ପାଖାପାଖି ୨ କୋଟିଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ । ପିଇବା ପାଣି, ବିଜୁଳି, ଗ୍ୟାସ ସଂଯୋଗ, ଶୌଚାଳୟ କାର୍ଯ୍ୟକ୍ରମ ଓ ମତ୍ସ୍ୟ ସମ୍ପଦକୁ ଗୁରୁତ୍ୱ ଦିଆଯିବ । ସାଗର ମାଳା ଭାରତ ମାଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ସେହି ଭଳି ଓଡିଶାର ଭିତ୍ତିଭୂମିରେ ଅଧିକ ନିବେଶ ହେବ, ସ୍ପେଶାଲ ଇନଭେଷ୍ଟମେଣ୍ଟ କରିଡର ହେବ । ସାଢେ ୪୦୦ କିମି ଉପକୂଳ ଓଡିଶା ସବୁଠୁ ଅଧିକ ଲାଭପାଇବ । ୫ ଟ୍ରିଲିୟନ ଅର୍ଥନୀତିର ଯେଉଁ ଯୋଜନା ବନାଯାଉଛି, ଓଡିଶାର ବଡ ଭୂମିକା ଏଥିରେ ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତିଯେ, ଯଦି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସଡକ ବନିବ ତେବେ ଓଡିଶାର ନକ୍ସଲ ପ୍ରଭାବିତ ଅଞ୍ଚଳର ସବୁଗାଁରେ ରାସ୍ତା ତିଆରିହେବ । ଅନୁରୂପ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବନିଲେ ନକ୍ସଲ ପ୍ରଭାବିତ ଅଞ୍ଚଳ ମଧ୍ୟ ପ୍ରାଥମିକତା ପାଇବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ କୋଟି ଘର ବନିଲେ ଓଡିଶା ବି ଏହାର ଲାଭ ପାଇବ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନୀ ପ୍ରଭାବିତ ଅଞ୍ଚଳ ପାଇଁ ୫ ଲକ୍ଷ ଘର ମାଗିଥିବା ବେଳେ ଓଡିଶା ଏହି ବଜେଟରୁ ପ୍ରଧାନମନ୍ତ୍ରୀ ଆବାସଯୋଜନାର ସିଂହଭାଗ ଘର ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।