କରୋନା ପରେ ପୂର୍ବପରି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହୋଇ ରହିବ ଭାରତ- ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | April 10, 2020 IST

ଭୁବନେଶ୍ୱର, ୧୦|୦୪:  ପୂର୍ବପରି ଭାରତ ବିଶ୍ୱ ଉର୍ଜା ଚାହିଦାର ଯେପରି ଆଗରେ ଥିଲା କରୋନା ପରବର୍ତୀ ସମୟରେ ମଧ୍ୟ ଭାରତ ବିଶ୍ୱ ଉର୍ଜା ଚାହିଦାର ଆଗରେ ରହିବବୋଲି ଜି-୨୦ ଶକ୍ତିମନ୍ତ୍ରୀ ସମ୍ମିଳନୀରେ ଭିଡିଓ କନଫରେନ୍ସି ଯୋଗେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସାଉଦି ରାଜକୁମାର ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି କେନ୍ଦ୍ରମନ୍ତ୍ରୀ ବିଶ୍ୱରେ ଚଳିତ ଅଭାବନୀୟ ପରିସ୍ଥିତି ସମୟରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ଭାରତରେ ୨୧ ଦିନିଆ ତାଲାବନ୍ଦ ସମୟରେ ଏଲପିଜି ଛଡା ଅନ୍ୟ ସବୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମ୍‌ ହୋଇଛି । ଦେଶର ୮୦.୩ ମିଲିୟନରୁ ଉର୍ଦ୍ଧ୍ୱ ଗରିବ ପରିବାରକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣା ଏଲପିଜି ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତି କରିଛନ୍ତି । ଦେଶରେ ୨୩ ବିଲିୟନ ଡଲାର ଆର୍ଥିକ ପ୍ୟାକେଜରେ ମାଗଣା ଏଲପିଜି ଯୋଗାଣ କାରଣରୁଏହାର ଚାହିଦା ଦେଶରେ ବଢିଛି । ଭାରତରେ ବଢୁଥିବା ଏଲପିଜି ଆବଶ୍ୟକତାକୁ ଦେଶର ପାରମ୍ପରିକ ମିତ୍ର ରାଷ୍ଟ୍ରଗୁଡିକ ପୂରଣ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କ ପାଇଁ ଉଚିତ୍ ‌ମୂଲ୍ୟ ତଥା କ୍ରୟ କରୁଥିବା ଭାରତ ପରି ଦେଶମାନଙ୍କ ପାଇଁ କଷ୍ଟ ନହେବା ପରିମୂଲ୍ୟ ନେଇଭାରତର ପୂର୍ବମତକୁ ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଦୋହରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଶ୍ୱର ତୈଳ ଚାହିଦା କମ୍‌ ହେଉଥିବାବେଳେ ଆଗାମୀ ଦିନରେ ଇନ୍ଧନ ଚାହିଦା ବଢାଇ ଯୋଗାଣକୁ ବୃଦ୍ଧିକରି ଉତ୍ପାଦନକାରୀ ଦେଶମାନେ ମୂଲ୍ୟ କମ୍‌ ରଖିବା ସମୟର ଆବଶ୍ୟକତା ରହିଛି । ବୈଶ୍ୱିକରଣ ସଜ୍ଞା କେବଳ ଆର୍ଥିକ ଏଜେଣ୍ଡା ଆଧାରରେ କରାଯିବା ଉଚିତ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢମତକୁ ଏହି ସମ୍ମିଳନୀରେ ସେ ଦୋହରାଇଛନ୍ତି ।

ଏହି ସମ୍ମିଳନୀରେ ଆର୍ଜେଂଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ସାଉଥ କୋରିଆ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କି, ଆମେରିକା, ଇଂଲଣ୍ଡ, ସ୍ପେନ, ସିଙ୍ଗାପୁର, ସୁଇଜରଲ୍ୟାଣ୍ଡଏବଂୟୁରୋପୀୟୟୁନିୟନ ତଥା ବିଶ୍ୱତୈଳସଂଗଠନମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.