Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଚେତନତା ପାଇଁ ରାଜ୍ୟରେ ଗଡିଲା ଉଜ୍ବଳା ଗାଡି: ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

1/09/2018 at 6:44 PM

ଭୁବନେଶ୍ବର୧|୯: ଉଜ୍ବଳା ସଚେତନତା ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରା ରାଜ୍ୟରେ ଏହି ଯୋଜନାକୁ ନେଇ ସଚେତନତା ପାଇଁ ଆଜିଠାରୁ ବୁଲିଲା୧୦ଟି ଗାଡି । ପଞ୍ଚାୟତ ସ୍ତରରୁ ଲୋକଙ୍କ ମଧ୍ୟରେ ଉଜ୍ବଳା ଯୋଜନା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ନେଇ ସଚେତନତା ସୃଷ୍ଟି କରିବା ନେଇ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ।ଏଥିସହ ଏଲପିଜି ବ୍ୟବହାର ନେଇ ମଧ୍ୟ ବିଭିନ୍ନ ସଚେତନତା ସୃଷ୍ଟି କରାଯିବ ଲୋକଙ୍କ ମଧ୍ୟରେ । ତେବେ ଏହି ଭ୍ୟାନରେ ରହିଛି ଏକ ଏଲସିଡି । ଯେଉଁଥିରେ ଏହି ଯୋଜନା ଗୁଡିକସହ ଏକ ପ୍ରାମାଣିକ ଚଳଚିତ୍ର ଚଲୋ ଜିତେହେଁ ହମ ପ୍ରଦର୍ଶନ କରାଯିବ । କିଭଳି ଉଜ୍ବଳା ଯୋଜନାର ଭାବନା ପ୍ରଧାନ ମନ୍ତ୍ରୀଙ୍କ ମନକୁ ଆସିଥିଲା ତାହା ଚଳଚିତ୍ରରେ ରୁପାୟନ ହୋଇଛି ।ଛୋଟ ବେଳର ତାଙ୍କ ଜୀବନର ଅନୁଭୁତିକୁ ନେଇ ହୋଇଛି କ୍ଷୁଦ୍ର ଚଳଚିତ୍ରଟି । ତେବେ ଗତ ଦୁଇ ବର୍ଷରେ ଉଜ୍ବଳା ଯୋଜନାରେ ଦେଶରେ ୫କୋଟି ମହିଳା ପାଇଛନ୍ତି ଇନ୍ଧନ ଗ୍ୟାସର ସୁବିଧା ।ଏଥିରେ ୩୩ ଲକ୍ଷ ମହିଳା ରହିଛନ୍ତି ଓଡିଶାର । ତା ମଧ୍ୟରୁ ୧୭ ଲକ୍ଷ ହେଉଛନ୍ତି ଅନୁସୁଚିତ ଜାତି ଓ ଜନଜାତି ବର୍ଗର । ସେହିଭଳି ଜୁନ ୨୦୧୪ ପରଠାରୁ ୨୦୧୮ ଅଗଷ୍ଟ ଶେଷ ସୁଦ୍ଧା ଦେଶରେ ୧୧କୋଟି ୫୦ଲକ୍ଷ ନୂଆ ଏଲପିଜି କନେକସନ ଦିଆଯାଇଛି। କେବଳ ଓଡିଶାରେ ୫୨ ଲକ୍ଷ ବୋଲି ସୁଚନା ଦେଇଚନ୍ତି ମନ୍ତ୍ରୀ ।

   Related Posts