Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

କର୍ଣ୍ଣାଟକ ପଲିଟିକ୍ସ ଏବେ ଫୋକସରେ, ବେଙ୍ଗାଲୁରୁ ଗଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଓ ଅରୁଣ ସିଂ, ବୈଠକରେ ଉପସ୍ଥିତ ରହିବେ ସବୁ ବିଜେପି ବିଧାୟକ

27/07/2021 at 1:53 PM

ନୂଆଦିଲ୍ଲୀ,୨୭/୦୭: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି ବିଏସ ୟେଦିୟୁରପ୍ପା । ସେ ସୋମବାର  ପଦରୁ ଇସ୍ତଫା ଦେବା ପରେ ଗାଦି କିଏ ସମ୍ଭାଳିବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ଦେଇଛି। କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ର ଓ ଅରୁଣ ସିଂହଙ୍କ ବେଙ୍ଗାଲୁରୁ ଯାତ୍ରା କରିଛନ୍ତି । ଉଭୟ ସମସ୍ତ ବିଧାୟକଙ୍କ ସହ ଚର୍ଚ୍ଚା ଓ ଆଲୋଚନା କରିବେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକରେ ପହଁଚି ଅନେକ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିପାରନ୍ତି । ଏହାପରେ ହିଁ ସେ କେନ୍ଦ୍ରୀୟ ନେତୃତ୍ୱକୁ ରାଜ୍ୟର ରାଜନୈତିକ ପରିସ୍ଥିତି ବାବଦରେ ଅବଗତ କରିବେ । ସମସ୍ତ ଦଳୀୟ ବିଧାୟକଙ୍କ ସହ ବୈଠକ ବି କରିବେ । ଏହା ପରେ ହିଁ ନୂତନ ମୁଖ୍ୟମନ୍ତ୍ରୀ ପାଇଁ ମନ୍ଥନ ଆରମ୍ଭ ହେବ ଓ ନୂଆ ଚେହେରାଙ୍କୁ ଗ୍ରୀନ୍ ସିଗନାଲ୍ ମିଳିବ ।

କର୍ଣ୍ଣାଟକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ନାନା ଆଲୋଚନା ଜାରି ରହିଛି। ଦଳର ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦ ପାଇଁ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାମ ସର୍ବାଗ୍ରେ ରହିଛି। ଏହା ବ୍ୟତୀତ କର୍ଣ୍ଣାଟକ ଗୃହ ମନ୍ତ୍ରୀ  ବାସବରାଜ ବୋମ୍ମାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନୂତନ ଚେହେରା ଚୟନ କରିବା ପାଇଁ ଦଳକୁ ଦିନେରୁ ଦୁଇ ଦିନ ସମୟ ଲାଗିପାରେ। ସେ ପର୍ଯ୍ୟନ୍ତ ୟେଦିୟୁରପ୍ପା କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ ।

ଅନ୍ୟପଟେ ଇସ୍ତଫା ଦେବା ପରେ ବିଏସ ୟେଦ୍ୟୁରପ୍ପା କହିଥିଲେ ଯେ, ସେ ମୁଖ୍ୟମନ୍ତ୍ରୀ ଭାବେ କାହାରି ନାମରେ ସୁପାରିଶ କି ପ୍ରସ୍ତାବ ଦେଇ ନାହାନ୍ତି। ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ଯାହାକୁ ବି ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯିବ ତାଙ୍କ ଅଧିନରେ କାମ କରିବେ। ନିଜ ତରଫରୁ ୧୦୦ ପ୍ରତିଶତ ଯୋଗଦାନ ଦେବେ ଏବଂ ତାଙ୍କ ସମର୍ଥକ ମଧ୍ୟ ଏମିତି କରିବେ। ମୋର ଅସନ୍ତୋଷକୁ ନେଇ କୌଣସି ପ୍ରକାରର କଥା କହିବା ଭୁଲ୍ ହେବ ବୋଲି ସେ କହିଥିଲେ ।

   Related Posts