ପେଟ୍ରୋଲ ପଲିଟକ୍ସ : ତେଲ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ କଂଗ୍ରେସର ସଜବାଜ,ପ୍ରଭାବ ପଡ଼ିବନି କହିଲେ ପେଟ୍ରୋଲିୟମ ମନ୍ତ୍ରୀ

Published By : Prameya-News7 Bureau | July 07, 2019 IST

ଭୁବନେଶ୍ବର ୭/୭: ତେଲ ଦର ବୃଦ୍ଧିକୁ ନେଇ ବ୍ୟାପିଲାଣି ଅସନ୍ତୋଷ । ବଜେଟ୍ ଆଗତ ହେଉହେଉ ତାର ଇଫେକ୍ଟ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି । ହେଲେ ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ, ଲୋକ ଅସନ୍ତୋଷକୁ ଧ୍ୟାନରେ ରଖି ବିରୋଧ କରିବ ବୋଲି କହିଛି । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଉଥିବା ବିଜେଡିର ଏବେ ନିରବତାକୁ ନେଇ ପ୍ରଶ୍ନ ଉଠିଲାଣି । ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକାଶ କଥା କହି ଏହାକୁ ହାଲୁକା କରିବାକୁ ପ୍ରୟାସ କରିଛନ୍ତି।

ବଢ଼ିଲା ତେଲ ଦର । ପ୍ରେଟୋଲ ଓ ଡିଜେଲ ଅଢ଼େଇ ଟଙ୍କା ବଢ଼ିଛି। କାଲି ବଜେଟ ଆଗତ ହେଉ ହେଉ ପେଟ୍ରୋଲ ପମ୍ପରେ ଆଜି ଦେଖିବାକୁ ତାର ଇଫେକ୍ଟ । ସାଧରଣ ଲୋକଙ୍କ ମୁହଁରେ ବାରି ହୋଇପଡିଥିଲା ତେଲ ଦର ବଢ଼ିବା ପରେ ସେମାନଙ୍କ ଉପରେ କେତେ ଚାପ ।କାରଣ ତେଲ ବଢ଼ିଲେ ଅତ୍ୟାବଶ୍ୟକୀୟ ସମାଗ୍ରୀର ଦାମ ମଧ୍ୟ ବଢ଼ିବ । ଯାହାର ମାଡ ସିଧା ଚୂଲିୁଣ୍ଡରେ ବାଜିବ।  ନିର୍ବାଚନ ପରେପରେ ଏଭଳି ତୈଳ ଦର ବୃଦ୍ଧିକୁ ନେଇ ଲୋକେ ନାପସନ୍ଦ କରିଛନ୍ତି । କଂଗ୍ରେସ ତେଲ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ତ ପ୍ରକାଶ କରିଛି । କିନ୍ତୁ ବିଜେଡିର ନୀରବତା ନେଇ ମଧ୍ୟ ପ୍ରଶ୍ନ କରିଛି । ଗତ ବର୍ଷ ଏମଏସପି ୨ଶହ ଟଙ୍କା ବୃଦ୍ଧି ହେବା ସତ୍ବେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ନାରାବାଜି କରିଥିଲା । ହେଲେ ଏଥର ୬୫ ଟଙ୍କା ବୃଦ୍ଧି ହୋଇଛି କିନ୍ତୁ ବିଜେଡି କିଛି ପାଟି ଖୋଲିନି । ଆଉ ଏବେ ତେଲଦର ବୃଦ୍ଧିକୁ ନେଇ ବିଜେଡି କାହିଁକି ନୀରବ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ତେବେ ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ତୀବ୍ର ବିରୋଧ କରିବ ବୋଲି କହିଛି ।

ତେଲ ଦର ବୃଦ୍ଧିକୁ ନେଇ ଲୋକ ତାତିଲେଣି।  ହେଲେ ଓଡିଶା ଲୋକଙ୍କ ବଳ କହୁଥିବା ଦଳ କିନ୍ତୁ ଖାଲି ପ୍ରତିକ୍ରିୟା ପ୍ରକାଶ କରିଛି। ବିରୋଧର ସ୍ବର ଦେଖିବାକୁ ମିଳିନି । ତେଲ ବୃଦ୍ଧିରେ ଲୋକେ ଅସନ୍ତୋଷ ହେଲାବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କିନ୍ତୁ ସାନ୍ତ୍ବନା ବାଣୀ ଶୁଣାଇଛନ୍ତି । ତେଲ ଦର ବଢ଼ିଲେ କିଛି ପ୍ରଭାବ ପଡିବନି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଛି। ତେଣୁ ଏବେ ଅର୍ଥ ସଞ୍ଜୟ କରିବାର ବେଳ ଆସିଛି । ବିକାଶ ପାଇଁ ସମ୍ବଳ ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନ୍ତ୍ରୀ ।

ତୈଳ ଦର ବୃଦ୍ଧି ଯୋଗୁଁ ଅତ୍ୟବଶ୍ୟକୀୟ ସାମଗ୍ରୀର ଦାମ ବଢ଼ିବ । ବିକାଶ ନାଁରେ ସେସ୍ ଲଗାଇ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ପକାଇବା କେତେ ଦୂର ଯର୍ଥାତ, ତାହା ବଡ ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.