ଓଡିଶା ଓ ଝାଡଖଣ୍ଡରେ ଅଟୋମୋବାଇଲ ୟୁନିଟ ସ୍ଥାପନ ପାଇଁ ଏସଆଇଏଏମ୍‌କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ବାନ

Published By : Prameya-News7 Bureau | September 06, 2018 IST

ନୂଆଦିଲ୍ଲୀ୬|୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଭାରତର କିକାଶ ପାଇଁ ରହିଥିବା ‘ପୂର୍ବୋଦୟ’ ଆଭିମୁଖ୍ୟକୁ ସାକାର କରିବା ପାଇଁ ଭାରତୀୟ ଅଟୋମୋବାଇଲ ନିର୍ମାଣ ସମାଜକୁ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି । ଆଜି ଭାରତୀୟ ଅଟୋମୋବାଇଲ ନିର୍ମାଣ ସମାଜର(ଏସଆଇଏଏମ୍‌) ୫୮ତମ ବାର୍ଷିକ ଅଧିବେଶନରେ ଯୋଗଦେଇ ଶ୍ରୀ ପ୍ରଧାନ ଏହି ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ,  ଏସଆଇଏଏମ୍‌ ପୂର୍ବ ଭାରତରେ ବିଶେଷ କରି ଓଡିଶା ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ନିଜ ନିଜର କାରଖାନା ଓ ଗବେଷଣା ୟୁନିଟ ପ୍ରତିଷ୍ଠା କରିବା କଥା ଚିନ୍ତା କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.