Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଉଦ୍ୟୋଗୀମାନେ ସମାଜକୁ ନୂତନତ୍ୱ ଏବଂ ଅଭିବୃଦ୍ଧିର ମାର୍ଗରେ ନେଇଥାନ୍ତି : ଧର୍ମେନ୍ଦ୍ର

18/07/2020 at 11:25 AM

ଭୁବନେଶ୍ୱର ୧୮।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆତ୍ମନିର୍ଭର ହେବା ପାଇଁ ଆହ୍ୱାନ କରିଛନ୍ତି । ସାଂପ୍ରତିକ ସମୟରେ ଇନୋଭେସନ ବା ନବସୃଜନ ମାଧ୍ୟମରେ ସାମାଜିକ ଏବଂ ଅର୍ଥନୈତିକ ଆହ୍ୱାନକୁ ଚିହ୍ନଟ କରି ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଯୁବ ଉଦ୍ୟୋଗୀମାନେ କାମ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭିଡିଓ କନଫରେନ୍ସିଂରେ “ଉଦ୍ୟମୀ ଉତ୍ସବ’ର ଉଦ୍‌ଘାଟନ କରିବା ଅବସରରେ ଆହ୍ୱାନ କରିଛନ୍ତି ।

ଓଡ଼ିଶା ସମେତ ଦେଶର ଅନେକ ଯୁବ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ସମୟରେ ଯୁବ ଉଦ୍ୟୋଗୀମାନଙ୍କୁ ଉଦ୍ୟୋଗ ଏବଂ ନବସୃଜନ ପାଇଁ ଥିବା ଚାଲେଞ୍ଜକୁ ବୁଝି କାମ କରିବାର ଆବଶ୍ୟକତା ରହିଛି । ଏହି ଚାଲେଞ୍ଜକୁ ସୁଯୋଗରେ ପରିଣତ କରିବାକୁ ପଡ଼ିବ । ଦେଶର ସାଂପ୍ରତିକ ପରିସ୍ଥିତିରେ ସମସ୍ତଙ୍କୁ ସାମାଜର ମଙ୍ଗଳ ନିମନ୍ତେ ୱେଲଥ୍‌ କ୍ରିଏସନ ବା ସ୍ଥାୟୀ ଭିତ୍ତିଭୂମିର ବିକାଶ ଉଭୟ ଉପରେ ଗୁରୁତ୍ୱ ଦେଇ ଆଗକୁ ବଢ଼ିବାକୁ ପଡ଼ିବ। ଉଦ୍ୟୋଗୀଙ୍କୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ସମନ୍ୱୟ ରକ୍ଷା କରି ଏକ ମଡେଲ୍‌ ତିଆରି କରିବାର ଆବଶ୍ୟକତା ରହିଛି । ଯାହା ବିଶ୍ୱକୁ ସ୍ଥାୟୀ ଭାବେ ଆର୍ଥିକ ଉପଲବ୍ଧି କରିବାରେ ଲାଭଦାୟକ ହେବ। ଭାରତ ସରକାର ଉଦ୍ୟୋଗୀ ଏବଂ ନବସୃଜନକୁ ପ୍ରୋତ୍ସାହନ ଯୋଗାଇବା ନେଇ ଅନେକ କାର୍ଯ୍ୟକ୍ରମ କରିଛନ୍ତି ।

ନବସୃଜନ ଏବଂ ଉଦ୍ୟୋଗୀଙ୍କ ପାଇଁ ସବୁ ସ୍ତରରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ପେଟ୍ରୋଲିୟମ ଏବଂ ଇସ୍ପାତ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଉଭୟ ଉଦ୍ୟୋଗ ଏବଂ ଉଦ୍ୟୋଗୀଙ୍କ ବିକାଶ ପାଇଁ ପ୍ରାଧାନ୍ୟ ଦିଆଯାଉଛି । ଇନ୍ଧନ ଗ୍ୟାସର ହୋମ୍‌ ଡେଲିଭରି କିମ୍ବା ଜୈବ ଇନ୍ଧନ, ଏହି ଉର୍ଜ୍ଜା କ୍ଷେତ୍ରରେ ଅନେକ ଯୁବ ଉଦ୍ୟୋଗୀ ସାମିଲ ହେଉଛନ୍ତି । ଅନେକ ମହିଳା ଉଦ୍ୟୋଗୀ ମଧ୍ୟ ଏ କ୍ଷେତ୍ରରେ ସାମିଲ ହୋଇ ନିଜର ସଫଳ ମାର୍ଗ ତିଆରି କରିପାରିଛନ୍ତି । ଘରୋଇ ଉଦ୍ୟୋଗୀଙ୍କୁ ସହାୟତା କରିବାକୁ ଭାରତ ସରକାର ସମ୍ପୂର୍ଣ୍ଣ କଟିବଦ୍ଧ ବୋଲି ସେ କହିଛନ୍ତି ।

ଉଦ୍ୟୋଗୀମାନେ କେବଳ ବ୍ୟବସାୟ କରନ୍ତି ନାହିଁ ବରଂ ସାମାଜିକ ଆହ୍ୱାନକୁ ମଧ୍ୟ ସାମ୍ନା କରନ୍ତି । ଉଦ୍ୟୋଗୀମାନେ ସମାଜକୁ ନୂତନତ୍ୱ ଏବଂ ଅଭିବୃଦ୍ଧିର ମାର୍ଗରେ ନେଇଥାନ୍ତି । ସେହିପରି ଜାତୀୟ ଲକ୍ଷ୍ୟକୁ ହାସଲ କରିବାରେ ଉଦ୍ୟୋଗୀମାନଙ୍କ ବଡ଼ ଭୂମିକା ରହିଛି । ଋଣନୈତିକ ପଦକ୍ଷେପ ମାଧ୍ୟମରେ ସେମାନେ ଦେଶକୁ ନୂଆ ସ୍ତର ପର୍ଯ୍ୟନ୍ତ ନେଇପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟି କାରଣରୁ ଆଜିର ସଂକଟ ସମୟରେ ଭାରତ ବିଶ୍ୱକୁ ନେତୃତ୍ୱ କରିବା ଭୂମିକାରେ ରହିଛି । ଏହି ନେତୃତ୍ୱକୁ ଆଗକୁ ନେଇ ବଢ଼ିବାର ଦାୟିତ୍ୱ ଉଦ୍ୟୋଗୀ ବିଶେଷ ଭାବେ ଯୁବ ଉଦ୍ୟୋଗୀମାନଙ୍କର ରହିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

   Related Posts