Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଖୁବଶୀଘ୍ର ପାରଦୀପ ରିଫାଇନାରି ପ୍ରକଳ୍ପରୁ ପ୍ରଲି ପ୍ରପଲିନ ପ୍ଲାଷ୍ଟିକ ଦାନା ଉତ୍ପାଦନ ହେବ : ଧର୍ମେନ୍ଦ୍ର

5/12/2018 at 5:23 PM

ଭୁବନେଶ୍ବର ୫|୧୨: କରୋଜିଅନ କଣ୍ଟ୍ରୋଲ ବା ଅବକ୍ଷୟ ନିୟନ୍ତ୍ରଣ ଉପରେ ୧୯ତମ ଜାତୀୟ ସମ୍ମିଳନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି । ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ମେ ଫେୟାର ହୋଟେଲରେ ଚାଲିବ । ଏହି ସମ୍ମିଳନୀରେ ଦେଶ ବିଦେଶର ବହୁ ବିଶେଷଜ୍ଞ ଯୋଗଦେଇଛନ୍ତି । ବିଭିନ୍ନ ଇଣ୍ଡଷ୍ଟ୍ରିଆଲ ସେକ୍ଟର ଠାରୁ ଆରମ୍ଭ କରି ଅଏଲ ପ୍ଲାଣ୍ଟ, ଟ୍ରାନ୍ସପୋଟେସନ୍, ଅଟୋମୋବାଇଲ୍ , ଏରୋସ୍ପେଶ୍, ରେଲଓ୍ବେ  ସିପିଂ ଏବଂ ହାଇଓ୍ବେଜ  ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଥିବା ପାଇପ୍ ଗୁଡ଼ିକୁ କିଭଳି କଳଙ୍କିମୁକ୍ତ କରାଯାଇପାରିବ ସେ ନେଇ ସମ୍ମିଳନୀରେ ଆଲୋଚନା ହୋଇଛି । ରାଜ୍ୟରେ  ଗ୍ୟାସ ପାଇପ  ଲାଇନ,  ଏଲଏନଜି ଟର୍ମିନାଲ  ବଟଲିଙ୍ଗ ପ୍ଳାଣ୍ଟ, କ୍ଷେତ୍ରରେ ଅବକ୍ଷୟ ନେଇ ମଧ୍ୟ ଆଲୋଚନା କରାଯାଇଥିଲା ।ସେପେଟ ଖୁବଶୀଘ୍ର  ପାରଦୀପ ରିଫାଇନାରି  ପ୍ରକଳ୍ପରୁ ପ୍ରଲି ପ୍ରପଲିନ ପ୍ଲାଷ୍ଟିକ ଦାନା  ଉତ୍ପାଦନ ହେବ​‌ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । …

 

   Related Posts