ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ !

Published By : Prameya-News7 Bureau | May 28, 2019 IST

ଭୁବନେଶ୍ବର ୨୮|୫: କିଏ ହେବ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ଅମିତ ଶାହାଙ୍କୁ ମନ୍ତ୍ରିପଦ ମିଳିବା ପ୍ରାୟତଃ ଫାଇନାଲ ହୋଇଥିବା ବେଳେ, ଏବେ ତାଙ୍କର ଉତ୍ତରାଧିକାରୀ କିଏ ହେବେ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

{"id":116823,"width":580,"height":385}

ତେବେ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଧିକାରୀ ରେସ୍ ରେ ସବୁଠୁ ଆଗରେ ଥିବା ନେଇ ଚର୍ଚ୍ଚା ହୋଇଛି । ବିଶେଷ କରି ୧୯ ନିର୍ବାଚନରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିଜେପିର ଜୋରଦାର ପ୍ରଦର୍ଶନ ଧର୍ମେନ୍ଦ୍ରଙ୍କୁ ଏହି କ୍ଷେତ୍ରରେ ପାଦେ ଆଗୁଆ ରଖିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

{"id":116824,"width":579,"height":402}

ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ର ବିଜେପି ପ୍ରଭାରୀ ଥିବା ସମୟରେ ବିହାର, କର୍ଣ୍ଣାଟକ ପ୍ରଭୃତି ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ତେଣୁ ଏହାର ପୁରସ୍କାର ସ୍ବରୂପ ଧର୍ମେନ୍ଦ୍ରଙ୍କୁ ଗୁରୁ ଦାୟିତ୍ବ ଦେବା ନେଇ ଦଳ ଚିନ୍ତା କରୁଛି । ଧର୍ମେନ୍ଦ୍ରଙ୍କ ସହ ଜେ.ପି. ନଡ୍ଡାଙ୍କ ନାଁ ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଇ ଚର୍ଚ୍ଚା ହେଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.