ପରିବାର ସହ ଜନ୍ମମାଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | January 10, 2021 IST

ଅନୁଗୁଳ ୧୦।୦୧: ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଅନୁଗୁଳ ଗସ୍ତ କରିଛନ୍ତି । ନିଜ ଜନ୍ମ ମାଟି  ପୈତୃକ ଗାଁ ନାଲମରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ । ତାଙ୍କ ସହିତ ସମସ୍ତ ପରିବାର ରହିଛନ୍ତି।

ନିଜର କୂଳ ଦେବତା ନୃସିଂହ ନାଥଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଏହାପରେ ଗାଁ ଲୋକ ମାନଙ୍କ ସହ ମିଶି ହସଖୁସି ବାଣ୍ଟିଛନ୍ତି। ଏହାର କିଛି ସମୟ ପରେ ତାଳଚେର ହିଙ୍ଗୁଳା ମନ୍ଦିରରେ ପହଁଚି ହିଙ୍ଗୁଳା ମାଆଙ୍କର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗସ୍ତ ସମୟରେ ଅନଗୁଳ ବିଜେପି ପାର୍ଟି ଅଫିସରେ ଏକ ମିଶ୍ରଣ ପର୍ଵ କାର୍ଯ୍ୟକ୍ରମରେ ଯୋଗଦେବାର ମଧ୍ୟ ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.