ଉତ୍କଳ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ବର୍ଷକର ଦରମା ପ୍ରଦାନ କଲେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | April 01, 2021 IST

ଭୁବନେଶ୍ବର ୧/୪:  ଉତ୍କଳ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କୁ ନିଜର ବର୍ଷକର ଦରମା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ୨୦୧୯ରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ ବିଶ୍ବବିଦ୍ୟାଳୟର ପୂରାତନ ଛାତ୍ର ଭାବରେ ‘ଆଲୁମିନି ଅନୁଦାନ ପାଣ୍ଠି ଖୋଲିବା ପାଇଁ ପରାମର୍ଶ ଦେବା ସହ ଏକ ବର୍ଷର ଦରମା ଦେବା ପାଇଁ ଘୋଷଣା କରିଥିଲେ ।

ଉତ୍କଳ ବିଶ୍ବବିଦ୍ୟାଳୟରେ ଭିତ୍ତିଭୂମି ସୁବିଧା ବଢ଼ାଇବା ତଥା ଛାତ୍ରଛାତ୍ରୀ, ପ୍ରାଧ୍ୟାପକ ଓ କର୍ମଚାରୀଙ୍କ ସୁବିଧା ପାଇଁ ‘ଆଲୁମିନି ଅନୁଦାନ ପାଣ୍ଠି  ଗଠନ କରିବା ସହ ଏଥିରେ ପୂରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହଯୋଗ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ ।

wp:embed {"url":"https://twitter.com/GovernorOdisha/status/1377561922283864067","type":"rich","providerNameSlug":"twitter","responsive":true,"className":""}
https://twitter.com/GovernorOdisha/status/1377561922283864067
/wp:embed

ଉତ୍କଳ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ବର୍ଷକର ଦରମା ପ୍ରଦାନ କରିବା ପରେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.