Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଭାରତର ବିକାଶ ପାଇଁ ନୂଆ ଆଇଡିଆ ଦେବାକୁ ଆହ୍ୱାନ କଲେ ଧର୍ମେନ୍ଦ୍ର ପ୍ରଧାନ

9/05/2020 at 9:04 PM

ନୂଆଦିଲ୍ଲୀ, ୦୯|୦୫:   ପୂର୍ବକାଳରେ ଓଡିଆ ଲୋକମାନେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡିକରେ ବେପାର ବଣିଜ କରି ବଡ ନାଁ କରିଥିଲେ । ବର୍ତମାନ ଘଡିସନ୍ଧି ମୁହୂର୍ତରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ମାନଙ୍କରେ ରହୁଥିବା ସଫଳ ଓଡିଆମାନେ ଭାରତ ତଥା ଓଡିଶାର ବିକାଶ ପାଇଁ ନୂଆ ଆଇଡିଆ ଦିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ଯଥା ଇଣ୍ଡୋନସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡ ଆଦି ୬ଟି ଦେଶରେ ରହୁଥିବା ଓଡିଆ ବ୍ୟକ୍ତିବିଶେଷଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇ କେନ୍ଦ୍ରମନ୍ତ୍ରୀ ଏହା ଉପରେ ଆଲୋଚନା କରିଥିଲେ ।  ଏହି ଦେଶ ଗୁଡିକ ଅନ୍ତରାଷ୍ଟ୍ରୀୟ ସୀମା ସିଲ୍ କରିବା, ରାଷ୍ଟ୍ରୀୟ ଲକ୍ ଡାଉନ ତୁରନ୍ତ ଲାଗୁ କରିବା ସହ ଲକ୍ ଡାଉନ ନିୟମକୁ କଡାକଡି ପାଳନ କରି କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଥିବା ବୋଲି ଏହି ଆଲୋଚନାରେ ଅଂଶଗ୍ରହଣ କରି ଓଡିଆ ଲୋକାମାନେ ମତପ୍ରକାଶ କରିଥିଲେ ।

କରୋନା ମୁକାବିଲା ଓ ଆର୍ଥିକ ଗତିବିଧି ପ୍ରଭାବିତ ହେବା ପରବର୍ତୀ ଆର୍ଥିକ ସ୍ଥିତି ଓ ସେଥିରେ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ତଥା ଭାରତରେ ସମ୍ଭାବନା ସମ୍ପର୍କରେ ଏହି ପ୍ରମୁଖ ବ୍ୟକ୍ତିତ୍ୱ ମାନେ ଅନେକ ଆଶା ଓ ଆଶଙ୍କା ପ୍ରକାଶ କରିଥିଲେ । କରୋନା ପରେ ଚୀନରୁ ଶିଳ୍ପ ସଂସ୍ଥା ଅନ୍ୟଦେଶକୁ ସ୍ଥାନାନ୍ତର ପ୍ରକ୍ରିୟାରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଭାରତକୁ ଅଧିକ ଲାଭ ମିଳିବ ବୋଲି ସେମାନେ ମତ ଦେଇଥିଲେ । ଭାରତରେ ଦେଶବାସୀଙ୍କ ଡାଟା ଆଧାର, ସମସ୍ତଙ୍କର ବ୍ୟାଙ୍କ୍ ଖାତା ଓ ଏହା ମାଧ୍ୟମରେ ଅର୍ଥ ପ୍ରଦାନର ବ୍ୟବସ୍ଥା ତଥା ଭାରତୀୟଙ୍କ ଦକ୍ଷତା ବା କୌଶଳ ଓ ଦେଶରେ ଲଜିଷ୍ଟିକର ସୁବିଧା ଭାରତକୁ ସୁବିଧାଜନକ ସ୍ଥିତିରେ ରଖିବ ଓ ଭାରତ ପାଇଁ ଅଧିକ ଶିଳ୍ପ ଆକୃଷ୍ଟ ହେବ ବୋଲି ଓଡିଆ ଲୋକମାନେ ମତବ୍ୟକ୍ତ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, କରୋନା ପରିସ୍ଥିତିରେ ଚୀନର ପାଖାପାଖି ହୋଇଥିଲେ ମଧ୍ୟ ଦକ୍ଷିଣ ପୂର୍ବ ଏସୀୟ ଦେଶ ଗୁଡିକ କରୋନାର ସଫଳ ମୁକାବିଲା କରିପାରିଛନ୍ତି । ବନ୍ଦେ ଭାରତ ମିଶନରେ ଭାରତ ସରକାର ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜାରୀ ରଖିଛନ୍ତି । ଏହି କାମରେ ଏହି ଦେଶର ରହୁଥିବା ସଫଳ ଓଡିଆମାନେ ସହାୟକ ହୁଅନ୍ତୁ । ଏହି ଅବସରରେ ସେ ସମସ୍ତଙ୍କୁ ଆରୋଗ୍ୟ ସେତୁ ଡାଉନଲୋଡ୍ କରିବା ପାଇଁ ପରାମର୍ଶ ଦେବା ସହ ଅନ୍ୟମାନଙ୍କୁ ଡାଉନଲୋଡ୍ କରିବା ପାଇଁ ସଚେତନତା କରିବାକୁ ପରାମର୍ଶ ଦେଇଥିଲେ । 

ଏହି ଆଲୋଚନାରେ ଇଣ୍ଡୋନେସିଆ, ମିଆଁମାର, ସିଙ୍ଗାପୁର, ଭିଏତନାମ, ମାଲେସିଆ ଓ ଥାଇଲାଣ୍ଡ  ଦେଶରେ ରହୁଥିବା ୧୫ ଜଣ ଓଡିଆ ସମୁଦାୟର ମୁଖ୍ୟ ଅଂଶଗ୍ରହଣ କରିଥିଲେ । ଇଣ୍ଡୋନେସିଆରୁ ଦେବର୍ଶୀ ଚରଣ ମଲ୍ଲିକ, ସରୋଜ କୁମାର ମହାନ୍ତି, ଅରୁଣ କୁମାର ନାୟକ, ମିଆଁମାରର ଶୀତଲ ପଲ୍ଲାବାବୁ, ଶ୍ରୀଯୁକ୍ତ ଜଗନ୍ନାଥ, ସିଙ୍ଗାପୁରରରୁ ସ୍ୱପ୍ନେନ୍ଦୁ ମହାନ୍ତି, ଆଲୋକ ପଣ୍ଡା, ଭିଏତନାମରୁ ନଭେନ୍ଦୁ ବେହେରା, ଶ୍ରୀମନ୍ତ ଜେନା, ମ୍ୟାଲେସିଆରୁ ରଙ୍ଗଧର ହରିଆ, ଦୀପ୍ତିରଞ୍ଜନ ନନ୍ଦ, ଡା. ସ୍ନିଗ୍ଧା ମିଶ୍ର, ସଞ୍ଜୟ ଦାଶ ଏବଂ ଥାଇଲ୍ୟାଣ୍ଡର ଏସ.ସି ମହାପାତ୍ର ଓ ବିଶ୍ୱାସ ମହାନ୍ତି ପ୍ରମୁଖ ଅଂଶ କରି ଆଲୋଚନାରେ ନିଜ ମତ ରଖିଥିଲେ ।      

   Related Posts