Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବୌଦ୍ଧିକ କ୍ଷମତା ମାଧ୍ୟମରେ ଓଡିଶାର କୃଷି ଉତ୍ପାଦିତ ଦ୍ରବ୍ୟକୁ ବିଶ୍ୱ ଦରବାରରେ ପରିଚୟ କରୁ ଓଡିଆ ସମାଜ – ଧର୍ମେନ୍ଦ୍ର ପ୍ରଧାନ

6/06/2020 at 10:12 PM

ଭୁବନେଶ୍ୱର, ୦୬|୦୬: ଭାରତ ସରକାର କୃଷି କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି । ଓଡିଶା ଗୋଟିଏ କୃଷିପ୍ରଧାନ ଅଂଚଳ ହୋଇଥିବାରୁ ବର୍ତମାନ ସମୟରେ କୃଷି କ୍ଷେତ୍ରରେ ରାଜ୍ୟରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ବର୍ତମାନର ଘଡିସନ୍ଧି ମୁହୂର୍ତରେ ବିଦେଶରେ ରହୁଥିବା ଓଡିଆ ଲୋକମାନେ ନିଜର ବୌଦ୍ଧିକ କ୍ଷମତାର ଉପଯୋଗ କରି ବିଶେଷ ଭାବରେ ଓଡିଶାର କୃଷି ଉତ୍ପାଦିତ ଦ୍ରବ୍ୟକୁ ବିଶ୍ୱ ଦରବାରରେ ପରିଚୟ କରିବାର ଦାୟିତ୍ୱ ନିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   

କେନ୍ଦ୍ରମନ୍ତ୍ରୀ ଶନିବାର ୟୁରୋପ ମହାଦେଶର ୧୦ଟି ଦେଶରେ ରହୁଥିବା ଓଡିଆଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବା ବେଳେ ବିଦେଶରେ ରହୁଥିବା ଓଡିଆ ସମାଜକୁ ଏପରି ଆହ୍ୱାନ କରିବା ସହ ନୂଆନୂଆ କଳ୍ପନା, ଟେକ୍ନୋଲୋଜି ମାଧ୍ୟମରେ କୃଷି ସମେତ ବ୍ୟବସାୟ ତଥା  ଉଦ୍ୟୋଗକୁ ମଧ୍ୟ ସମୃଦ୍ଧ କରିବାକୁ ସେ କହିଛନ୍ତି । ସେହିପରି ଏକବିଂଶ ଶତାବ୍ଦୀରେ ଭାରତ ତଥା ଓଡିଶାକୁ ବିଶ୍ୱର ବୌଦ୍ଧିକ ସୁଯୋଗର କେନ୍ଦ୍ରସ୍ଥଳି କରିବା ପାଇଁ ଆହ୍ୱାନ କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି ଯେ, ଭାରତରେ କରୋନାର ପ୍ରକୋପ ହ୍ରାସ ପାଇବାରେ ଲାଗିଛି । ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ ଭାରତରେ ଅନଲକ୍ ହେବା ଆରମ୍ଭ ହୋଇଛି । ପ୍ରଧାମନ୍ତ୍ରୀଙ୍କ ଦୃରଦୃଷ୍ଟି କାରଣରୁ  ଏହା ସମ୍ଭବ ହୋଇପାରିଛି । ଆଲୋଚନାରେ ଥିବା ଏହି ସବୁ ଦେଶର ଓଡିଆ ସମୁଦାୟର ଲୋକମାନେ ବର୍ତମାନର ସ୍ଥିତି ଉପରେ ଆଲୋକପାତ କରିଥିଲେ । ସେମାନେ କହିଥିଲେ କେରୋନା ନିୟନ୍ତ୍ରଣରେ ଏହି ସବୁ ଦେଶର ସରକାରମାନେ ବିଭିନ୍ନ ଅଭିନବ ପଦକ୍ଷପ ନେଇଛନ୍ତି । ଭାରତୀୟ ରାଷ୍ଟ୍ରଦୂତମାନେ ବାହାରେ ରହୁଥିବା ଓଡିଆ ସମାଜକୁ ଭଲ ସାହାଯ୍ୟ ଓ ସହଯୋଗ କରୁଛନ୍ତି । ଏହାସହିତ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନର ପ୍ରବାସୀ ଭାରତୀୟଙ୍କୁ ସ୍ୱେଦେଶ ଫେରାଇ ନେବା ପଦକ୍ଷେପକୁ ଏହି ସବୁ  ୟୁରୋପୀୟ ଦେଶରେ ରହୁଥିବା ଓଡିଆ ଲୋକମାନେ ପ୍ରଶଂସା କରିଛନ୍ତିା   

ଏହି ଆଲୋଚନାରେ ଫ୍ରାନ୍ସରୁ ସଂଗ୍ରାମ ମହାପାତ୍ର, ମୋନାଲିସା ପଣ୍ଡା, ବିଜୟ ବାରିକ, ଆଶୁତୋଷ ଦାସ, ୟୁନାଇଟେଡ୍ କିଙ୍ଗଡମରୁ ସୁକାନ୍ତ ସାହୁ, ସୁଷମା ପତି, ବିବେକ ଭଟ୍ଟମିଶ୍ର, ଡା. ଦେବକାନ୍ତ ବେହେରା, ସୁମନ୍ତ ମାନସିଂହ, ପର୍ତୃଗାଲରୁ ଆଶିଷ ତ୍ରିପାଠୀ, ନାରାୟଣ ସାହୁ, ସ୍ୱିଡେନରୁ ପି.କେ ମହାନଦିଆ, କାଳିଚରଣ ପାତ୍ର, ଜର୍ମାନିରୁ ଇଲା ସିଂହ, ସଞ୍ଜିବ ଦାସ, ନମ୍ରତା ମହାପାତ୍ର, ସଞ୍ଜୟ, ଋଷରୁ ବିନୟ ମିଶ୍ର, ସନ୍ତୋଷ ମିଶ୍ର, ବେଲଜିୟମରୁ ଦେବାଶିଷ ପୃଷ୍ଠି, ଗୋପବନ୍ଧୁ ବେହେରା, ନେଦରଲ୍ୟାଣ୍ଡରୁ ଡା. ଜିତେନ୍ଦ୍ର ବଢାଇ, ବିଶ୍ୱଜିତ ପାଣି, ଅଷ୍ଟ୍ରିଆରୁ କଳ୍ପନା ଦାସ, ସ୍ପେନରୁ ଦେବାଶିଷ ପଟ୍ଟନାୟକ ଓ ସ୍ୱାତି ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । 

   Related Posts