Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୋଟ୍ ସରିନି, ଶପଥ ସମାରୋହର ଅତିଥି ନିମନ୍ତ୍ରଣକୁ ନେଇ ଜୋର୍ ଧରିଛି ରାଜନୀତି : କାଲି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଥିଲେ ନବୀନ, ଜବାବ ରଖିଲେ ଧର୍ମେନ୍ଦ୍ର

25/04/2019 at 2:19 PM

ବାଲେଶ୍ବର ୨୫|୪: ପ୍ରଚାର ବେଳେ ଜୋର୍ ଧରିଛି ନିମନ୍ତ୍ରଣ ରାଜନୀତି । ନିର୍ବାଚନ ସରିନି ହେଲେ ଶପଥ ଗ୍ରହଣ ସମାରୋହରେ କିଏ କାହକୁ ଅତିଥି କରିବ ତାକୁ ନେଇ ଜୋର ଧରିଛି କଟାକ୍ଷ । ବାଲେଶ୍ବର ଓ କେନ୍ଦ୍ରାପଡାରେ ପ୍ରଚାର କରି ପ୍ରଥମେ ନବୀନଙ୍କୁ କଟାକ୍ଷ କରିଥିଲେ ମୋଦି ।  ନବୀନ କ୍ଷମତାରୁ ଯିବା ନିଶ୍ଚିତ, ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ମୋଦି କହିଥିଲେ ।

ଆଉ ସେଇ ବାଲେଶ୍ବର କାଲି ନବୀନ ଏହା ଜବାବ ଦେଇଥିଲେ । କହିଥିଲେ ରାଜ୍ୟରେ ବିଜେଡି ସରକାର ଗଢିବା ନିଶ୍ଚିତ । ଏମିତିକି ଶପଥ ଗ୍ରହଣ ସମାରୋହରେ ଅତିଥି ଭାବେ ଯୋଗ ଦେବାକୁ ନବୀନ ବିନମ୍ରତାର ସହ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଆଜି ଏହାର ଜବାର ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାଲେଶ୍ବରରେ ପ୍ରଚାର ବେଳେ ଧର୍ମେନ୍ଦ୍ର କହିଛନ୍ତି ଓଡିଶାରେ ପରିବର୍ତ୍ତନ ନିଶ୍ଚିତ ।

ବିଜେପି ସରକାର ଗଢ଼ିବ । ଶପଥଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ । ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଜଳେଶ୍ବର, ସିମୁଳିଆରେ ଆଜି ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର । ସଂଧ୍ୟାରେ ମହାଙ୍ଗା ଏବଂ ସାଲେପୁରରେ ପ୍ରଚାର କରିବେ । ସାଲେପୁରରେ ଆଜାଦ ବଜାରରେ ମଧ୍ୟ ଧର୍ମେନ୍ଦ୍ର ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

   Related Posts