Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଆକାଶ ମାର୍ଗରୁ ୪ଟି ଜିଲ୍ଲାର ବନ୍ୟା ଅଞ୍ଚଳର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀରରେ ବନ୍ୟା ବିପନ୍ନଙ୍କୁ ଭେଟି କଲେ ଆଲୋଚନା

17/08/2019 at 3:17 PM

ବଲାଙ୍ଗିର ୧୭|୮:  ଦିନିକିଆ ବଲାଂଗୀର ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନ୍ୟା ପ୍ରଭାବିତ ବଲାଂଗୀର, କଳାହାଣ୍ଡି, ବୌଦ୍ଧ ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଂଚଳକୁ ଆକାଶ ମାର୍ଗରୁ ଏରିଅଲ ସର୍ଭେ କରିଛନ୍ତି । ବନ୍ୟା ବିପନ୍ନଙ୍କ ସଂପର୍କରେ ସବିଶେଷ ତଥ୍ୟ ରାଜ୍ୟ ସରକାର ଦେବା ପରେ ସ୍ବତନ୍ତ୍ର ରିଲିଫ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବଲାଂଗୀର ସାଂସଦ ସଂଙ୍ଗୀତା ସିଂଦେଓଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା ।

ବଲାଂଗୀର ଜିଲ୍ଲାରେ ବନ୍ୟା ଯିବା ପରେ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି ବଲାଂଗୀର ସମେତ କଳାହାଣ୍ଡି , ବୌଦ୍ଧ ଓ ସୋନପୁର ଜିଲ୍ଲାବାସୀ । ବନ୍ୟା ପରେ ଏହି ଚାରି ଜିଲ୍ଲାର ସ୍ଥିତି କଣ ରହିଛି ତାକୁ ଅନୁଧ୍ୟାନ କରିବା ପାଇଁ ଦିନିକିଆ ବଲାଂଗୀର ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ ଆକାଶ ମାର୍ଗରୁ ଏହି ୪ଟି ଜିଲ୍ଲାର ୯ଟି ବ୍ଲକ୍ ୨ଟି ପୌର ସଂସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ଜିଲ୍ଲା ପ୍ରଶାସନ ବନ୍ୟା ଅଂଚଳରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଆକଳନ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବା ପରେ ରିପୋର୍ଟ ଅନୁସାରେ ସ୍ବତନ୍ତ୍ର ପ୍ୟାକେଜ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ସେହିପରି ସ୍ଥାନୀୟ ଏନଏଚଏମ ସମ୍ମିଳନୀ କକ୍ଷରେ ହୋଇଥିବା ସମୀକ୍ଷା ବୈଠକରେ ପ୍ରାଇରୋଟି ବେସିସରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି ପ୍ରଥମେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ଆବାସ ଯୋଜନା ଭଳି ମୌଳିକ ସୁବିଧା ପାଇଁ ସ୍ବତନ୍ତ୍ର ମଡେଲ ପ୍ରସ୍ତୁତ ସହ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ଓ କେନ୍ଦ୍ରୀୟ ରିଲିଫ ଅନୁଦାନ ତଥା ଆକାଂକ୍ଷୀ ଜିଲ୍ଲା ସ୍ବତନ୍ତ୍ର ଅନୁଦାନରୁ ବନ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଦିନ ୧୧ଟା ସମୟରେ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସ୍ଥାନୀୟ ମନୋହରପୁର ହେଲିପ୍ୟାଡରେ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଠାରୁ ବରପାଲି ପଡାକୁ ଯାଇ ବନ୍ୟା ସ୍ଥିତିର ଆକଳନ କରିବା ପରେ ବନ୍ୟା ବିପନ୍ନଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସହ ସାଂସଦ ସଂଙ୍ଗୀତା ସିଂ ଦେଓ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ପ୍ରଦୀପ୍ତ ନାୟକ, କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ସହ ବଲାଂଗୀର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ଥିଲେ।

ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସାଙ୍ଗରେ ଥିବା ସାଂସଦ ସଙ୍ଗୀତା ସିଂ ଦେଓଙ୍କୁ  ତୀବ୍ର ବିରୋଧର ସାମ୍ନା କରିବାକୁ ପଡିଥିଲା। ତେବେ ଏଭଳି ଏକ ସମ୍ବେନଶୀଳ ପରିସ୍ଥିତିରେ ଏଭଳି ବିରୋଧକୁ ତୀବ୍ର ନିନ୍ଦା କରିଛନ୍ତି ସାଂସଦ।

   Related Posts