ପିପିଲି ଉପନିର୍ବାଚନ, ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | April 07, 2021 IST

ଭୁବନେଶ୍ୱର ୦୭।୦୪: ପାଖେଇ ଆସୁଛି ପିପିଲି ନିର୍ବାଚନ । ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି ସବୁ ଦଳରେ ନେତା ଓ କର୍ମୀ । ଖାସ୍‌ କରି ଏବେ ସବୁ ଦଳର ବରିଷ୍ଠ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏହି ପ୍ରରିପେକ୍ଷୀରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପିପିଲିରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଆସନ୍ତା ୧୩ ତାରିଖରେ ପିପିଲିରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର । ସାଧାରଣ ସଭାରେ ଉଦବୋଧନ ଦେବେ, ଏହାଛଡା ଅନ୍ୟ  କିଛି ବିଜେପିର କେନ୍ଦ୍ରୀୟ ନେତା ମଧ୍ୟ ପିପିଲି ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି | ୮ ତାରିଖରୁ ପିପିଲି - ଡେଲାଙ୍ଗ ଅଂଚଳରେ ଜୋନାଲ ରାଲି କରିବ ବିଜେପି ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.