Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦୁଝରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

20/04/2019 at 4:18 PM

କେନ୍ଦୁଝର ୨୦|୪: ତୃତୀୟ ପର୍ଯାୟ ନିର୍ବାଚନକୁ ଆଉ ମାତ୍ର କେଇଦିନ ବାକି ରହିଛି । ନିର୍ବାଚନ  ପାଇଁ  ତିନି ପ୍ରମୁଖ ଦଳ ମାରଥନ ପ୍ରଚାର କରୁଛନ୍ତି। ଆଜି  ଭାରତୀୟ ଜନତା ପାର୍ଟି ତରଫରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ନିହ୍ନୁଆଁ ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ଏହା ସହିତ ରାଜ୍ୟ ସରକାର ୧୯ ବର୍ଷର ବିଫଳତା ଓ କେନ୍ଦ୍ର ସରକାରଙ୍କ ୫ ବର୍ଷର ସଫଳତାକୁ ନେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। କେନ୍ଦୁଝର ଜିଲ୍ଲା ଖଣି ଖାଦାନ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ଖଣିଜ ପାଣ୍ଠିର ସଦ୍ ଉପଯୋଗ ହୋଇପାରୁନାହିଁ। ଏଥି ସହିତ ପାଇଖାନା ଦୁର୍ନୀତି ଓ ଖଣି ଦୁର୍ନୀତି ଉପରେ ମୁଦ୍ଦା ରଖିଥିଲେ। ରାଜ୍ୟରେ ବିଜେଡି ସରକାର ସମୟରେ ଦୁର୍ନୀତି ଗୁଣ୍ଡାଗାର୍ଦ୍ଦି ବଢି ଚାଲିଛି। ବିଜେପି ସରକାର କଲେ ଏହାର କଡା ଜବାବ ଦିଆଯିବା ସାଙ୍ଗକୁ ଖଣି ଚୋର ଏବଂ ଦୁର୍ନୀତିରେ ସମ୍ପୃକ୍ତଙ୍କୁ ଜେଲ ପଠାଯିବ ବୋଲି କହିଥିଲେ ଧର୍ମେନ୍ଦ୍ର।

   Related Posts