Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବନ୍ଦର ଆଧାରିତ ଅର୍ଥନୀତି ଓଡିଶା ପାଇଁ ହେବ ଗେମ୍ ଚେଞ୍ଜର : ଧର୍ମେନ୍ଦ୍ର ପ୍ରଧାନ

16/10/2020 at 11:58 AM

ଭୁବନେଶ୍ବର ୧୬।୧୦: ଦେଶର ଉଦ୍ୟୋଗ ସମୂହ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର ସମ୍ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଆଗେଇ ଆସନ୍ତୁ । ଗୁରୁବାର ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ପକ୍ଷରୁ ଆୟୋଜିତ “ଆତ୍ମନିର୍ଭର ଭାରତ” ଇ-ସମ୍ମିଳନୀରେ ଏମିତି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଥିବା ଆତ୍ମନିର୍ଭର ଭାରତ ଯୋଗଦାନରେ ଓଡ଼ିଶାର ଥିବା ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଭାରତ ସରକାର ବିଗତ ୬ ବର୍ଷ ମଧ୍ୟରେ ଶିଳ୍ପ କ୍ଷେତ୍ରର ଅଗ୍ରଗତି ନିମନ୍ତେ ଅନେକ ସଂସ୍କାର ଆଣିଛନ୍ତି । ଅନେକ ବିକାଶମୂଳକ ପଦକ୍ଷେପ ଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ପେଟ୍ରୋକେମିକାଲ୍‌, କୋଇଲା, ଆଲୁମିନିୟମ୍‌, ଶକ୍ତି ଉତ୍ପାଦନ, ବକ୍ସସାଇଟ୍‌, ଇସ୍ପାତ୍‌, ଖଣିଜ ପଦାର୍ଥ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି । ଓଡ଼ିଶାରେ ଥିବା ଖଣିଜ ସମ୍ବଳ ଏବଂ ବୃହତ ବନ୍ଦର ଯଥା ପାରାଦୀପ, ଗୋପାଳପୁର, ଧାମରା ବନ୍ଦର ରାଜ୍ୟ ଶିଳ୍ପ ଅଭିବୃଦ୍ଧିକୁ ଗତିଶୀଳ କରିବାର କ୍ଷମତା ରଖିଛି । ଇସ୍ପାତ୍‌, ପେଟ୍ରୋକେମିକାଲ୍‌ କ୍ଷେତ୍ର ଏବଂ ଏହାର ଆନ୍‌ସିଲାରୀ ଶିଳ୍ପ ଅପାର ସମ୍ଭାବନାର ସୁଯୋଗ ରଖିଥିବା ବେଳେ ବନ୍ଦର ଆଧାରିତ ଅର୍ଥନୀତି ଓଡ଼ିଶା ପାଇଁ ଗେମ୍‌-ଚେଞ୍ଜର ହୋଇପାରେ ବୋଲି ସେ କହିଛନ୍ତି ।

ସେହିପରି ପୂର୍ବ ଭାରତର ବିକାଶ ନହେଲେ ସମଗ୍ର ଭାରତ ବର୍ଷର ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ତେଣୁ ପୂର୍ବ ଭାରତର ଅଭିବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ପୂର୍ବୋଦୟ ମିଶନ ଆରମ୍ଭ କରିଛନ୍ତି । ଏହି ମିଶନରେ ଯାଜପୁର କଳିଙ୍ଗନଗରକୁ ଇସ୍ପାତ କ୍ଷେତ୍ରର ପେଣ୍ଠସ୍ଥଳି କରିବାର ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହ ରୋଜଗାରର ସୁଯୋଗ ମଧ୍ୟ ବଢ଼ିବ । ଷ୍ଟିଲ୍‌ କ୍ଲଷ୍ଟରର ବିକାଶରେ ମିଶନ ପୂର୍ବୋଦୟ ମିଶନ ସହାୟକ ହେବ ଏବଂ ଅଧିକ ଇସ୍ପାତ୍‌ ଉତ୍ପାଦନ କରିବାର ମାର୍ଗ ପ୍ରସ୍ତୁତ କରିବ । ତେବେ ପୂର୍ବ ଭାରତର କେନ୍ଦ୍ରରେ ଓଡ଼ିଶା ଥିବାରୁ ଏହି ରାଜ୍ୟର ଥିବା ସମ୍ଭାବନାକୁ ସୁଯୋଗରେ ପରିଣତ କରିବା ପାଇଁ ଶିଳ୍ପ ସଂସ୍ଥା ସମୂହଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଆତ୍ମଭାରତ ନିର୍ମାଣ ଏବଂ ଅର୍ଥନୀତିର ପୁନଃ ଉଦ୍ଧାରରେ ଶିଳ୍ପ ଏବଂ ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଉଦ୍ୟୋଗୀମାନେ ଓଡ଼ିଶାରେ ଏହି ସବୁ କ୍ଷେତ୍ରରେ ଅଂଶୀଦାର ହୋଇ କାମ କରିବାର ଆବଶ୍ୟକତା ରହିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି ହେବା ସହ ଅର୍ଥନୀତି ତ୍ୱରାନ୍ୱିତ ହେବ । ଆତ୍ମଭାରତ ନିର୍ମାଣରେ ଓଡ଼ିଶାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଏହି ଇ-ସମ୍ମିଳନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗୃହ, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଏବଂ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଆଇସିସିର ସଭାପତି ମୟଙ୍କ ଜଲମ, ଆଇସିସି ଓଡ଼ିଶା ପରିଷଦର ଚେୟାରମ୍ୟାନ ଏମ.ସି ଥୋମାସ ଏବଂ କୋ-ଚେୟାରମ୍ୟାନ ଜେ.ବି ପାନି ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts