Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଧର୍ମେନ୍ଦ୍ରଙ୍କ ରଣନୀତି ଶୁଭେନ୍ଦୁଙ୍କୁ ଦେଲା ବିଜୟ

3/05/2021 at 9:44 AM

ଭୁବନେଶ୍ୱର,୦୩/୦୫: ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗର ଦୁଇ ଥରର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅବିଶ୍ୱସନୀୟ ଭାବେ ପରାସ୍ତ କରି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ଧୂଳି ଚଟାଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ବିଜୟର ଶ୍ରେୟ ଓଡିଆ ପୁଅ ତଥା ଭାରତୀୟ ଜନତା ପାର୍ଟିର ଯୁବନେତା କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଆଯାଇପାରେ । ଏଥିପାଇଁ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀପତ୍ର ଦାଖଲଠାରୁ ଭୋଟ ଗ୍ରହଣ ପର୍ଯ୍ୟନ୍ତ ଗୁରୁଦାୟିତ୍ୱ ସମ୍ଭାଳିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ନିର୍ବାଚନ ଘୋଷଣା ହେବା ଦିନଠାରୁ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀ ପଶ୍ଚିମବଙ୍ଗ ନିର୍ବାଚନର କେନ୍ଦ୍ରବିନ୍ଦୁ ହୋଇଥିଲା । ଦେଶବାସୀଙ୍କ ନଜର ଏହି ନିର୍ବାଚନ ମଣ୍ଡଳି ଉପରେ ଥିଲା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଏହି ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲା । ଶ୍ରୀ ପ୍ରଧାନ ନିଜେ ଏହି ନିର୍ବାଚନ ମଣ୍ଡଳୀରେ ପ୍ରଚାର ତଥା ରଣନୀତିର ଦାୟିତ୍ୱ ନେଇଥିଲେ । ପ୍ରଥମ ଦିନରୁ ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ବିଶ୍ୱାସ ପ୍ରକଟ କରି ମମତା ବାନାର୍ଜୀଙ୍କ ପରାଜୟ ସୁନିଶ୍ଚିତ ବୋଲି ସେ କହିଥିଲେ ।

ପଶ୍ଚିମବଙ୍ଗର ନିର୍ବାଚନ ରଣନୀତିରେ ଲମ୍ବା ସମୟର ଏକମାତ୍ର ବ୍ୟକ୍ତିତ୍ୱ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନନ୍ଦିଗ୍ରାମରେ ଅଧାରୁ ଅଧିକ ଦିନ ସେ ପ୍ରଚାର କରିଥିଲେ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦାୟିତ୍ୱ ନେଇଥିଲେ । ବିଜେପି ଇଲେକ୍ସନ ୱାରକୁ ଦୈନିକ ଅନ୍ତତଃ ୨ ଥର ଯାଉଥିଲେ । ପଶ୍ଚିମବଙ୍ଗର ବ୍ୟକ୍ତିବିଶେଷ, ସିଆଇଆଇ, ବୁଦ୍ଧିଜୀବୀ, ଶିଳ୍ପ ସମୂହ, ମହିଳାଙ୍କ ସହ ଆଲାଚନା କରିଥିଲେ । ଯାହାର ସକାରାତ୍ମକ ଫଳାଫଳ ଦେଖିବାକୁ ମିଳିଛି ।

ତଥ୍ୟନୁଯାୟୀ, ବିଜେପି ୨୦୧୬ ବିଧାନସଭା ନିର୍ବାଚନରେ ୧୦.୦୩ ପ୍ରତିଶତ ଭୋଟ୍‌ ପାଇ ୩ଟି ସିଟରେ ବିଜୟ ହାସଲ କରିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ୪୦.୬ ପ୍ରତିଶତ ଭାଟ୍‌ ପାଇ ୧୮ଟି ଲୋକସଭା ଆସନରୁ ବିଜୟ ପକ୍କା କରିଥିଲା । ଚଳିତ ନିର୍ବାଚନରେ ବିଜେପି ୩୮ ପ୍ରତିଶତ ଭୋଟ୍‌ ହାସଲ କରି ୭୮ ସିଟ୍‌ରେ ବିଜୟ ହାସଲ କରିଛି । ସେହିପରି ୨୦୧୬ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିରୁ ବିଜେପି ମାତ୍ର ୧୦ ହଜାର ୭୧୩ ଅର୍ଥାତ୍‌ ୫.୪୦ ପ୍ରତିଶତ ଭୋଟ୍‌ ପାଇଥିଲା । ଚଳିତ ନିର୍ବାଚନର ଏହି ଆସନରେ ଶୁଭେନ୍ଦୁ ଅଧିକାରୀ ଦୁଇ ଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧ ଲକ୍ଷ ୯ ହଜାର ୬୭୩ ଭୋଟ୍‌ ପାଇ ୧୭୩୬ ସଂଖ୍ୟକ ଭୋଟରେ ପରାସ୍ତ କରିଛନ୍ତି ।

ନନ୍ଦିଗ୍ରାମରେ ମାଟ ୩୫୫ଟି ବୁଥ ରହିଛି ଏବଂ ମୋଟ ୨ ଲକ୍ଷ ୫୭ ହଜାର ୧୫୬ ଭୋଟର ଅଛନ୍ତି । ଯେଉଁଥିରେ ୧ ଲକ୍ଷ ୩୩ ହଜାର ୨୫୭ ପୁରୁଷ ଏବଂ ୧ ଲକ୍ଷ ୨୩ ହଜାର ୮୯୮ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ଭୋଟର ଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୩୦ରୁ ଅଧିକ ଛୋଟ ବଡ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ ଏବଂ ଏକାଧିକ ର‌୍ୟାଲି ଏବଂ ଡୋର ଟୁ ଡୋର କ୍ୟାମ୍ପେନ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ନନ୍ଦିଗ୍ରାମ ପଶ୍ଚିମବଙ୍ଗରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଭୋଟ୍‌ କରିବ ଏବଂ ଆଜିର ନିର୍ବାଚନୀ ଫଳାଫଳ ଏହାକୁ ପ୍ରମାଣିତ କରିଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଏକ ସଫଳ ଯୋଜନା ଭାବେ ବିଜେପିକୁ ଅନେକ ନିର୍ବାଚନରେ ମହିଳା ଭୋଟ୍‌ ହାତେଇବାରେ ସହାୟକ ହୋଇଛି । ନନ୍ଦିଗ୍ରାମରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅନେକ ମହିଳାଙ୍କୁ ନେଇ ସଭା ସମିତି ଆୟୋଜନ କରିଥିଲେ । ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କୁ ବିଜୟୀ କରିବାରେ ମହିଳା ଭୋଟରଙ୍କର ବଡ଼ ଭୂମିକା ରହିଥିବା ସାବ୍ୟସ୍ତ ହୋଇଛି ।

   Related Posts