ହିଂସା ଓ ମିଛ ବିଜେଡି ନିର୍ବାଚନ ପ୍ରଚାରର ପ୍ରମୁଖ ଆୟୁଧ : ଧର୍ମେନ୍ଦ୍ର

Published By : Prameya-News7 Bureau | April 24, 2019 IST

ଭୁବନେଶ୍ବର ୨୪|୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଅଭିଯାନ ସମ୍ପୂର୍ଣ୍ଣ ମିଥ୍ୟା ତଥ୍ୟ ଉପରେ ଆଧାରିତ । ହିଂସା ଓ ମିଛ ବିଜେଡି ନିର୍ବାଚନ ପ୍ରଚାରର ପ୍ରମୁଖ ଆୟୁଧ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଓଡିଶାର ବିପଦ ବେଳେ ବିଜେପି ନେତାଙ୍କ ଅନୁପସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓଡିଶାକୁ ବିପଦ ବେଳେ ଦିଲ୍ଲୀ ନେତାମାନେ କେଉଁଆଡେ ଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟାକ୍ଷ କରୁଛନ୍ତି । ଏହାର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡିଶାର ବିପଦ ବେଳେ ବିଜେପି ଠିଆ ନହେବା ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ସତ୍ୟର ଅପଳାପ । କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବରଗଡର ବିକାଶ ପାଇଁ ଯାଇଥିବା ବେଳେ ମହିଳା ମନ୍ତ୍ରୀଙ୍କ ଉପସ୍ଥିତିରେ କିଏ ତାଙ୍କୁ ଟେକା, ପଥର ମାରିଥିଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

୧୯ବର୍ଷରେ ଯାହା ହୋଇଛି ୫ବର୍ଷରେ ୫ଗୁଣା କାମ ହେବ । ଶେଷ ପର୍ଯ୍ୟାୟରେ ବିଜେପି ପାଇଁ ଏକତରଫା ମତଦାନ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

wp:core-embed/twitter {"url":"https://twitter.com/dpradhanbjp/status/1120939498626539520","type":"rich","providerNameSlug":"twitter","className":""}
https://twitter.com/dpradhanbjp/status/1120939498626539520
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.