ଆଜି ଆଇପିଜିଆଇ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ ଆଇସିୟୁ ବେଡ୍‌ର ଲୋକାର୍ପଣ କରିବେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | May 20, 2021 IST

ରାଉରକେଲା,୨୦/୦୫: ଗୁରୁବାର ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବାହ୍ନ ସାଢ଼େ ୧୧ରେ ଭର୍ଚୁଆଲ ମୋଡରେ ଲୋକାର୍ପଣ କରିବେ ।

୨୦୨୧ ମାର୍ଚ୍ଚ ୨୧ରେ ରାଷ୍ଟ୍ରପତିଙ୍କ ଦ୍ବାରା ଆଇପିଜିଆଇ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଏହି ହସ୍ପିଟାଲରେ ତୁରନ୍ତ ୧୦୦ଟି ଭେଣ୍ଟିଲେଟର୍ ସହ ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ବୁଧବାର ପଶ୍ଚିମବଙ୍ଗର ବର୍ନପୁର ଠାରେ ୨ ଶହ ବେଡ୍ ବିଶିଷ୍ଟ କୋଭିଡ୍ ସେଣ୍ଟରର ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇସ୍କୋ ଇସ୍ପାତ୍ କାରଖାନା ଦ୍ବାରା ନିର୍ମିତ ଏହି ଅକ୍ସିଜେନ୍ ସଂଯୁକ୍ତ ୨ ଶହ କୋଭିଡ୍ ବେଡର ଲୋକାର୍ପଣ ହୋଇଛି । ଖୁବ ଶୀଘ୍ର ଅଧିକ ୩ଶହ କୋଭିଡ୍ ବେଡର ବ୍ୟବସ୍ଥା କରାଯାଉଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.