Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ସମ୍ଭାବ୍ୟ ମହାବାତ୍ୟା ଫନିକୁ ଆଳ କରି ପାଟକୁରା ବିଧାନସଭା ନିର୍ବାଚନ ତାରିଖ ରାଜନୀତି ଧରିଛି ଜୋର, ନବୀନଙ୍କ କଥା ନଶୁଣିବାକୁ ସିଇସିଙ୍କ ପାଖରେ ଧର୍ମେନ୍ଦ୍ର ଫେରାଦ

1/05/2019 at 7:50 PM

ଭୁବନେଶ୍ବର ୧|୫:  ମହାବାତ୍ୟା ଫନିର ଏପିସେଣ୍ଟର ପାଲଟିଲାଣି ପାଟକୁରା ବିଧାନସଭା ନିର୍ବାଚନ । ବିଜେଡି ଚାହୁଁଛି ନିର୍ବାଚନ ଘୁଞ୍ଚୁ ତ ବିଜେପି କହୁଛି ନିର୍ବାଚନ ନିର୍ଧାରିତ ସମୟରେ ହେଉ ।  ଏନେଇ ଦୁଇ ଦଳର ନେତା ଯାଇ ଫେରାଦ ହୋଇସାରିଲେଣି ନିର୍ବାଚନ କମିଶନଙ୍କ ନିକଟରେ । କାଲି ନବୀନ ଭେଟିଥିଲେ ଆଉ ଆଜି ଧର୍ମେନ୍ଦ୍ର ଭେଟିକି ଆସିଲେ ।….

ସମ୍ଭାବ୍ୟ ମହାବାତ୍ୟା ଫନି ଓଡିଶାରେ ଲ୍ୟାଣ୍ଡ କରିନି । କିନ୍ତୁ ପାଟକୁରା ନିର୍ବାଚନ ଉପରେ ବୁଲୁଛି ଚକ୍ରବାତ। ଫନିକୁ ଲିଙ୍କ କରି ବିଜେଡି ବିଜେପି ଭିତରେ ପାଟକୁରା ରାଜନୀତି ଦିଲ୍ଲିରେ ଲ୍ୟାଣ୍ଡ କରିସାରିଲାଣି । ଫନି କୁ ଆଖି ଆଗରେ ରଖି ପାଟକୁରା ନିର୍ବାଚନ ମଣ୍ଡଳୀର ନିର୍ବାଚନ ବାତିଲ ପାଇଁ କାଲି ଦିଲ୍ଲିରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ ନବୀନ । ଆଜି ଧର୍ମେନ୍ଦ୍ର ତାଙ୍କ ଦଳବଳ ଧରି ଦିଲ୍ଲିରେ ନିର୍ବାଚନ କମିଶନଙ୍କୁ ଭେଟି କହିଛନ୍ତି ନବୀନଙ୍କ କଥା ନରଖିବାକୁ । ମାନେ ନିର୍ଧାରିତ ମେ ୧୯ ତାରିଖରେ ହିଁ ପାଟକୁରା ନିର୍ବାଚନ ପାଇଁ ନିର୍ବାଚନ ହେଉ ବୋଲି ବିଜେପି ଦାବି କରିଛି ।

୨୧ ଲୋକସଭା ଓ ୧୪୬ ବିଧାନସଭା ପାଇଁ ନିର୍ବାଚନ ସରିଥିଲେ ବି ଯେହେତୁ ପାଟକୁରା ନିର୍ବାଚନ ହୋଇନି ତେଣୁ ଏହି ଦୁଇଦଳଙ୍କ ଭିତରେ ଛକାପଞ୍ଛା ବି କିଛି କମ୍ ନାହିଁ । ବିଜେଡି ଭାବୁଛି ନିର୍ଧାରିତ ସମୟରେ ପାଟକୁରା ନିର୍ବାଚନ ହେଲେ ଦଳ ପାଇଁ ଅସୁବିଧା ହୋଇପାରେ । ବିଜେପି ଭାବୁଛି ନିର୍ବାଚନ ତାରିଖ ଗଡିଲେ ସେମାନେ ଘାଟାରେ ପଡିବେ । ତେଣୁ ଆଗୁଆ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇ ନିଜପକ୍ଷକୁ ସୁହାଇଲା ଭଳି ଗୋଟି ଚାଳନାରେ ମାତିଛନ୍ତି ବିଜେଡି-ବିଜେପି ।

ପାଟକୁରା ବିଧାନସଭା ନିର୍ବାଚନ ଉପରେ ଏତେ ଫୋକସ ରହିବା ପଛରେ ମୁଖ୍ୟ କାରଣ ହେଉଛି ସେଠୁ ବିଜୟ ମହାପାତ୍ରଙ୍କ ପ୍ରାର୍ଥିତ୍ବ ।  ଯେହେତୁ ବିଜୟଙ୍କୁ ହରାଇବା ପାଇଁ ୨୦୦୦ ମସିହାରୁ ବିଜେଡି ଗୋଟି ଚାଳନା କରିଆସିଛି ଏବଂ ସେଥିରେ ସଫଳ ବି ହୋଇଛି ସେଥିପାଇଁ ତାଙ୍କୁ ଏଥର ବି ବିଧାନସଭାରେ ପୁରାଇନଦେବା ଯୋଜନାରେ ଅଛି ଦଳ । ସେପଟେ ବିଜେପି ଟିମ୍ ଲାଗିଛି ଏଥର ତାଙ୍କୁ ଜିତାଇ ବିଧାନସଭାକୁ ଆଣିବାକୁ । କଂଗ୍ରେସ କହିଛି ଯେହେତୁ ସେମାନେ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଅଛନ୍ତି ସେଥିପାଇଁ ଏଇ ଦୁଇଦଳ ଛକାପଞ୍ଛାରେ ଅଛନ୍ତି ନିର୍ବାଚନ ନିଜସୁବିଧାରେ କରାଇବାକୁ । କିନ୍ତୁ ଯେବେ ବି ନିର୍ବାଚନ ହେବ କଂଗ୍ରେସ ସେଥିପାଇଁ ପ୍ରସ୍ତୁତ ଅଛି।

ବିଜେପି ଅନୁମାନ କରୁଛି ଫନି ଆଳରେ ପାଟକୁରା ନିର୍ବାଚନ ଘୁଞ୍ଚାଇ ବିଜେଡି ସରକାରୀ କଳକୁ ଲଗାଇବ ନିର୍ବାଚନ ଜିତିବା ପାଇଁ । ବିଜେଡି ଭାବୁଛି ଏବେ ଯେହେତୁ କେନ୍ଦ୍ରାପଡା ନିର୍ବାଚନରେ ବିଜେପି ଜବରଦସ୍ତ ଫାଇଟ୍ ଦେଇଛି ସେଭଳି ଖେଳ ବି ପାଟକୁରାରେ କରିପାରେ ବିଜେପି । ଉଭୟ ବିଜେଡି ଓ ବିଜେପିର ଡଜନ ଡଜନ ହେଭିଓେଟ ନେତା ସେଠାରେ ଡେରାପକାଇବାକୁ ସଜବାଜ ହେଉଛନ୍ତି ।

ବେଦୁଙ୍କ ପତ୍ନିଙ୍କୁ ଠିଆକରି ବିଜେଡି ସମବେଦନା ଭୋଟ ସାଉଣ୍ଟିବାକୁ ଚେଷ୍ଠା କରୁଥିବା ବେଳେ ବିଜେପି ବି ମାଟିର ପୁଅ ବିଜୟଙ୍କ ପ୍ରତି ହୋଇଥିବା ଅବହେଳାକୁ ପୁଞ୍ଜି କରି ସମବେଦନା ଗୋଟାଇବା ଯୋଜନାରେ । ତେଣୁ ପାଟକୁରାରେ ସମବେଦନାର ଲଢ଼େଇ ହେବ। ….

   Related Posts