ସ୍ୱପ୍ନ ପୁରଣ ପାଇଁ ଧର୍ମେନ୍ଦ୍ର କରିଛନ୍ତି ଢେର ସଂଘର୍ଷ: ଆମେରିକା ଯିବାର ସୁଯୋଗକୁ ଆଡେଇଥିଲେ, ବାଲକୋନୀରେ ଭଡାରେ ରହୁଥିଲେ

Published By : Prameya-News7 Bureau | October 02, 2021 IST

ନୂଆଦିଲ୍ଲୀ ୦୨/୧୦: ବଲିଉଡର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ତାଙ୍କ ଫିଲ୍ମ ଏବଂ ଷ୍ଟାଇଲ୍ ସହିତ ହିନ୍ଦୀ ସିନେମାରେ ଜବରଦସ୍ତ ପରିଚୟ ସୃଷ୍ଟି କରିପାରିଛନ୍ତି। ଧର୍ମେନ୍ଦ୍ର 'ଦିଲ୍ ଭୀ ତୁମ୍ହାରେ ହମ୍ ଭୀ ତୁମ୍ହାରେ' ଫିଲ୍ମରେ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ ଏବଂ ଏହା ପରେ ତାଙ୍କୁ ଅନେକ ହିଟ୍ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ବଲିଉଡରେ ଏଣ୍ଟ୍ରୀ କରିବା ପୂର୍ବରୁ ଧର୍ମେନ୍ଦ୍ର ଏକ ଆମେରିକୀୟ ଡ୍ରିଲିଂ କମ୍ପାନୀ ସହିତ କାମ କରୁଥିଲେ।। କେବଳ ଏତିକି ନୁହେଁ, ଆମେରିକା ଯିବା ପାଇଁ ତାଙ୍କୁ ଅଫର ମଧ୍ୟ ମିଳିଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ। ଏଠାକୁ ଆସିବା ପରେ ଅଭିନେତା ଏକ ଭଡା ବାଲକୋନୀରେ ରହୁଥିଲେ।

{"width":640,"height":480}
Actor Dharmendra building a resort, partnering with a chain of restaurants  - The Economic Times

ଧର୍ମେନ୍ଦ୍ରଙ୍କ ସହ ଜଡିତ ଏହି କଥା ତାଙ୍କ ପୁଅ ବବି ଦେଓଲ ଏକ ଇଣ୍ଟରଭ୍ୟୁରେ ପ୍ରକାଶ କରିଥିଲେ। ବବି ଦେଓଲ ବାପାଙ୍କ ବିଷୟରେ କହିଥିଲେ, 'ମୁଁ ବାପାଙ୍କ ପ୍ରଥମ ଫିଲ୍ମ 'ଦିଲ୍ ଭୀ ତୁମ୍ହାରେ ହମ୍ ଭୀ ତୁମ୍ହାରେ'କୁ ଦେଖିଥିଲି, ଯେଉଁଥିରେ ସେ ବହୁତ ଦୁର୍ବଳ ଦେଖାଯାଉଥିଲେ। ଦୀର୍ଘ ଦିନର ସଂଘର୍ଷ ପରେ ତାଙ୍କୁ ଫିଲ୍ମରେ ଦେଖିବାକୁ ମିଳିଥିଲା। ସେ ଦିନକୁ ଥରେ କେବଳ ଖାଉଥିଲେ ଏବଂ ନିର୍ମାତାମାନଙ୍କୁ ଫଟୋ ଦେଖାଇବା ପାଇଁ ମାଇଲ୍ ମାଇଲ୍ ଚାଲିଆସୁଥିଲେ।

ସେ ଆହୁରି କହିଥିଲେ, 'ଫିଲ୍ମରେ ଯୋଗଦେବା ପୂର୍ବରୁ ସେ ଏକ ଆମେରିକୀୟ ଡ୍ରିଲିଂ କମ୍ପାନୀରେ କାମ କରୁଥିଲେ ଏବଂ ତାଙ୍କୁ ଆମେରିକା ଯିବାକୁ ମଧ୍ୟ ଅଫର୍ ଦିଆଯାଇଥିଲା। କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ, କାରଣ ତାଙ୍କ ହୃଦୟ ତ ଫିଲ୍ମରେ ନିୟୋଜିତ ଥିଲା। ମୁଁ ଜାଣେ ନାହିଁ ତାଙ୍କୁ ଏପରି ଏକ ଭଲ ଚାକିରୀକୁ ପାଦରେ ଏଡାଇଦେବାକୁ କିଏ ସାହସ ଦେଇଥିଲା।’

ବାପାଙ୍କ ସଂଘର୍ଷକୁ ମନେ ପକାଇ ବବି ଦେଓଲ ଆହୁରି ମଧ୍ୟ କହିଥିଲେ, 'ସେ ମୁମ୍ବାଇ ଆସିବା ପାଇଁ ସବୁକିଛି ଛାଡି ଦେଇଥିଲେ। ମୁମ୍ବାଇ ପହଞ୍ଚିବା ପରେ ତାଙ୍କ ପାଖରେ ରହିବାକୁ ଘର ମଧ୍ୟ ନଥିଲା। କିଛି ସମୟ ପାଇଁ ସେ କାହାର ବାଲକୋନୀରେ ଭଡାରେ ରହୁଥିଲେ। ଖାଦ୍ୟ ଅଭାବରୁ ତାଙ୍କ ଓଜନ ବହୁତ କମିଯାଇଥିଲା। କିନ୍ତୁ ଏହା ପରେ ମଧ୍ୟ ସେ ତାଙ୍କର ସମସ୍ତ ଜମା ପୁଞ୍ଜି ଘରକୁ ପଠାଉଥିଲେ। ଏହା ଏକ ଫିଲ୍ମ କାହାଣୀ ପରି ମନେହୁଏ, କିନ୍ତୁ ବାସ୍ତବରେ ଏହା ସତ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.