ଧର୍ମେନ୍ଦ୍ରଙ୍କ ଘୋଷଣା ୨୦୧୯ର ସବୁଠୁ ବଡ ମିଛ, ହାରିବା ଭୟରେ ଏମିତି କହୁଛନ୍ତି: ବିଜେଡି

Published By : Prameya-News7 Bureau | April 13, 2019 IST

ଭୁବନେଶ୍ୱର ୧୩/୪ : ଚୌଦ୍ବାରରେ ଆୟୋଜିତ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଘୋଷଣା ନେଇ ବିଜେଡି ପ୍ରତିକ୍ରୀୟା ରଖିଛି । ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଚନ୍ତି ଯେ, ଏହା ୨୦୧୯ର ସବୁଠୁ ବଡ ମିଛ । ଯଦି ବାସ୍ତବରେ ବିଜେପିର ଏଭଳି କିଛି କରିବାର ମନୋବୃତ୍ତି ଥିଲା ତାହେଲେ ବିଜେପି ଶାସିତ ୨୩ଟି ରାଜ୍ୟରେ କାହିଁକି ଏହା ହୋଇନାହିଁ ବୋଲି ଲେଲିନ ପ୍ରଶ୍ନ କରିଛନ୍ତି । ନିର୍ବାଚନ ମଝିରେ ଏଭଳି କରିବାର ଅର୍ଥ ହେଉଛି ପରାଜୟର ଭୟବୋଲି ସେ କହିଛନ୍ତି ।

ଆଜି ଚୌଦ୍ବାର ନିର୍ବାଚନ ସଭାରେ ଧର୍ମେନ୍ଦ୍ର କହିଥିଲେ ଯେ, ବିଜେପି ସରକାରକୁ ଆସିରେ ୧ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ । ଖାଦ୍ୟ ସୁରକ୍ଷା ଯୋଜନାରେ ୫୦୦ଗ୍ରାମ ଲୁଣ, ୫୦୦ଗ୍ରାମ ଡାଲି ଓ ୫କେଜି ଚାଉଳ ଯୋଗାଇ ଦିଆଯିବ । ଏହାଦ୍ବାରା ରାଜ୍ୟରେ ୩କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେବେ । ଚୌଦ୍ବାର ଶିଳ୍ପାଞ୍ଚଳର ପୁନଃରୁଦ୍ଧାର କରାଯାଇ ଚୌଦ୍ବାରକୁ ବିଶ୍ବ ଦରବାରରେ ପହଞ୍ଚାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । କଟକ-ଭୁନେଶ୍ବର-ଚୌଦ୍ବାରକୁ ମିଶାଇ ମେଟ୍ରୋ ରେଲର ବ୍ୟବସ୍ଥା କରାଯିବ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ସ୍ଥାୟୀ ପଟ୍ଟା ଯୋଗାଇଦିଆଯିବ । ୨୪ଘଣ୍ଟା ପାଣି ଓ ବିଜୁଳି ଯୋଗାଇବାର ବ୍ୟବସ୍ଥା କରାଯିବ ।

{"id":103255}

ଓଡିଶାର ୧୫ଟି ସ୍ମାର୍ଟ ସିଟି ମଧ୍ୟରେ ଚୌଦ୍ବାରକୁ ରଖାଯିବ । ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ୩ହଜାର ଟଙ୍କାର ପେନସନ ବ୍ୟବସ୍ଥା କରାଯିବ । ଯୁକ୍ତ ୨ ପାସ୍ କରିଥିବା ସବୁ ମେଧାବୀ ଝିଅମାନଙ୍କୁ ଶୈଳବାଳା ମେଧା ଯୋଜନାରେ ସ୍କୁଟି ଯୋଗାଇଦିଆଯିବ । ବିନା ସୁଧରେ କୃଷି ଋଣ ଚାଷୀମାନଙ୍କୁ ଯୋଗାଇ ଦିଆଯିବ । ଏସଏଚଜିମାନଙ୍କର ଋଣ ଛାଡ୍ କରାଯିବା ସହ ଅଙ୍ଗନଓ୍ବାଡୀ କର୍ମୀମାନଙ୍କୁ ଦରମା ୧୫ହଜାରକୁ ସହାୟିକା ମାନଙ୍କୁ ୯ହଜାର ବୃଦ୍ଧି କରାଯିବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଖାଲି ଥିବା ସରକାରୀ ପଦବୀ ପୁରଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.