Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

ଭଣ୍ଡବାବାର ବେଆଇନ୍ ଆଶ୍ରମକୁ ହଟାଇଲା ପ୍ରଶାସନ : ନିଜକୁ ହନୁମାନଙ୍କ ଭକ୍ତ କହି ମହିଳାଙ୍କୁ କରୁଥିଲା ଯୌନ ଶୋଷଣ

11/11/2020 at 11:25 AM

ନରସିଂହପୁର ୧୧/୧୧: ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ରବିବାର ବହୁରୂପି ବାବା ଧର୍ମେନ୍ଦ୍ର ଦୁବେ ଦ୍ବାରା କରାଯାଇଥିବା ବେଆଇନ୍ ନିର୍ମାଣକୁ ହଟାଇବା ପାଇଁ ପ୍ରଶାସନିକ ଅମଲା ପହଞ୍ଚିଥିଲା। ଅମଲା ଧର୍ମେନ୍ଦ୍ରଙ୍କ ସରକାରୀ ଜାଗାରେ ନିର୍ମିତ ଘରକୁ ଖାଲି କରାଇଥିଲେ ଏବଂ ମାରୁତି ଭବନ ଯେଉଁଠାରେ ବାବା ବସି ଲୋକଙ୍କୁ ପ୍ରଲୋଭିତ କରୁଥିଲା ତାହାକୁ ମୁକ୍ତ କରିଥିଲେ। ନିଜକୁ ହନୁମାନଙ୍କ ଭକ୍ତ କହୁଥିବା ଭଣ୍ଡ ଧର୍ମେନ୍ଦ୍ର ଗତ ଜୁଲାଇ ମାସରୁ ବିଚାର ବିଭାଗୀୟ ହେପାଜତରେ ରହିଛି। ତା ବିରୋଧରେ ମହିଳାଙ୍କୁ ଶୋଷଣ ତଥା ତାଙ୍କ ଅଶ୍ଳୀଳ ଭିଡିଓ କରିବାର ଅଭିଯୋଗ ରହିଛି।

ଧର୍ମେନ୍ଦ୍ର ଦାସ ଦୁବେ ନିଜକୁ ହନୁମାନଙ୍କ ଅବତାର କହୁଥିଲା। ପ୍ରତି ମଙ୍ଗଳବାର-ଶନିବାରକୁ ସେ ନିଜ ଦରବାର ସଜାଇ ନାଟକରେ ଲୋକଙ୍କୁ ପ୍ରଲୋଭିତ କରୁଥିଲା। ସୂଚନା ଅନୁଯାୟୀ ବାବା ମହିଳାମାନଙ୍କୁ ବଶୀକରଣ କରିବା ମାମଲାରେ ଅଧିକ ଆଗ୍ରହ ରଖିଥିଲା। ମହିଳାଙ୍କ ସ୍ବାମୀଙ୍କୁ ତାବିଜ ଏବଂ ଖାସ୍ ଧରଣର ପ୍ରସାଦ ଦେଇ ଭ୍ରମିତ କରୁଥିଲା। ସେ ଅନେକ ପରିବାରକୁ ଏପରି ଭ୍ରମିତ କରିଥିଲା।

 ମଙ୍ଗଳବାର-ଶନିବାର ସେ ନିଜକୁ ହନୁମାନଙ୍କ ବେଶରେ ସଜାଉଥିଲା। ଯେଉଁ ବ୍ୟକ୍ତି ୫ଟି ମଙ୍ଗଳବାର କିମ୍ବା ଶନିବାର ଲଗାତାରଭା​ବେ ତା ଦରବାରରେ ଉପସ୍ଥିତ ହେଉଥିଲେ,ସେମାନଙ୍କୁ ଖାସ୍ ଧରଣର ପ୍ରସାଦ ଦିଆଯାଉଥିଲା। ଏହା ଦ୍ବାରା ଭକ୍ତମାନଙ୍କର ବୁଝିବା ଏବଂ ବିଚାର କରିବା ଶକ୍ତି ନଷ୍ଟ ହୋଇଯାଉଥିଲା।

   Related Posts