ଘୋର ଅବ୍ୟବସ୍ଥା ମଧ୍ୟରେ ମାଟ୍ରିକ ପରୀକ୍ଷା , ପ୍ରଶ୍ନପତ୍ର ଭାଇରାଲଠୁ ଆରମ୍ଭ କରି କପି ଯାଏଁ ସବୁ ଚାଲିଛି ବେଧଡକ, ସରକାରଙ୍କୁ ଘେରିଲେ ଧର୍ମେନ୍ଦ୍ର

Published By : Prameya-News7 Bureau | February 25, 2019 IST

ଭୁବନେଶ୍ବର୨୫|୨: ରାତି ସାରା ଉଜାଗର କିନ୍ତୁ ମୁଗୁରା ମେଲା । ଆମେ ଏଠି ଏଭଳି କଥା ଏଥିପାଇଁ କହୁଛୁ ଯେ ମାଟ୍ରିକ ପରୀକ୍ଷା ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣାରୁ କିଛି ବି ଶିଖିଲେନି ମାଧ୍ୟମିକ ଶିକ୍ଷା ପରିଷଦ । କାରଣ ଆଜି ହୋଇଥିବା ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି । ଖାଲି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି ଢେଙ୍କାନାଳ ଓ ବଲାଙ୍ଗିରରେ ପାଚେରି ଚଢି ପରୀକ୍ଷାର୍ଥୀଙ୍କୁ କପି ଯୋଗାଉଥିବା ଦୃଶ୍ୟ ବି ସାମ୍ନାକୁ ଆସିଛି । ତେବେ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ବୋର୍ଡ ସଭାପତି ଅସ୍ବୀକାର କରିଥିବା ବେଳେ ମନ୍ତ୍ରୀ କହିଛନ୍ତି ପ୍ରଶ୍ନପତ୍ର ଲିକ୍ ହେଲେ ବି ପରୀକ୍ଷା କେନ୍ଦ୍ରକୁ ଉତ୍ତର ଆସିପାରିବନି । …

{"id":88743}

ପୁଣି ମାଟ୍ରିକ ପ୍ରଶ୍ନ ପତ୍ର ଭାଇରାଲ ଅଭିଯୋଗ। ଓଡ଼ିଆ ପରେ ଇଂରାଜୀ ପରୀକ୍ଷାରେ ବି ସମାନ ଅଭିଯୋଗ ଆସିଛି । ପରୀକ୍ଷା ଆରମ୍ଭ ହେବାର ୧୫ ରୁ ୨୦ ମିନିଟ୍ ପରେ ମୋବାଇଲରୁ ମୋବାଇଲ ବୁଲିଲା ଏ ସେଟ୍‌ର ଇଂରାଜୀ ପ୍ରଶ୍ନପତ୍ର । ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ ଓ କଳାହାଣ୍ଡିରେ ଭାଇରାଲ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗମାନ ଆସିଛି ।ଏହାକୁ ନେଇ ଛାତ୍ରଛାତ୍ରୀ  ଏବଂ ଅଭିଭାଭକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଓଡିଶା ଅଭିଭାବକ ମହାସଂଘ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ଏହାକୁ ରୋକିବା ଦିଗରେ ପଦକ୍ଷପ ନେବା ପାଇଁ ଦାବି କରିଛି ।

{"id":88745}

ଓଡିଆ ପ୍ରଶ୍ନ ପତ୍ର ଲିକ୍ କରି ୯ ଜଣ ଗିରଫ ହୋଇଛନ୍ତି । ୧୧ ଜଣ ସେଣ୍ଟର ସୁପରିଟେଣ୍ଡେଣ୍ଟ ସସପେଣ୍ଡ ହେଲେ । ୪ ଛାତ୍ରଙ୍କୁ  ପରୀକ୍ଷାରୁ ନିବୃତ୍ତ କରାଯାଇଛି । ବୋର୍ଡର ଆକ୍ସନ ପରେ ବି ପୁଣି ଭାଇରାଲ୍ ହୋଇଛି ଇଂରାଜୀ ପ୍ରଶ୍ନପତ୍ର । ସେପଟେ କିନ୍ତୁ ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ଓରିଜିନାଲ୍ ପ୍ରଶ୍ନପତ୍ର ସହ ମେଳ ଖାଉନଥିବା କହିଛନ୍ତି ବୋର୍ଡ ସଭାପତି ।

{"id":88746}

ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କାହିଁକି ପ୍ରଶ୍ନପତ୍ର ଭାଇରାଲ ବୋବାଲ ହେଉଛି । କଣ ଏଥିରେ କିଛି ର୍ୟାକେଟ ସକ୍ରିୟ ରହିଛନ୍ତି କି। ଓଡ଼ିଆ ପରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲକୁ ନେଇ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମ ଦିନ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଅସ୍ବୀକାର କରିଥିବା ଗଣଶିକ୍ଷା ମନ୍ତ୍ରୀ ଏଥର କହିଛନ୍ତି ଯଦି ବି ପ୍ରଶ୍ନପତ୍ର ଲିକ୍ ହୁଏ ତେବେ ପରୀକ୍ଷା କେନ୍ଦ୍ରକୁ ଉତ୍ତର ଆସିପାରିବନି ।

{"id":88747}

ସେମିତି କପି ରୋକିବା ପାଇଁ ଏଥର କୁଆଡେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିଲା । କିନ୍ତୁ ଦେଖନ୍ତୁ ଏହି ଚିତ୍ରକୁ । ଇଏ ହେଉଛି ଢେଙ୍କାନାଳ ଜିଲ୍ଲା ଭୁବନ ପଲାସପିଠିଆ ହାଇସ୍କୁଲର ଦୃଶ୍ୟକୁ । ଏଠି ବିହାର ଷ୍ଟାଇଲରେ ପାଚେରିରେ ଚଢି ଝରକା ବାଟେ ପରୀକ୍ଷାର୍ଥୀଙ୍କୁ କପି ଯୋଗା ଯାଉଛି । ବଲାଙ୍ଗିରରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । 

{"id":88748}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.