ହେମାଙ୍କ ନିର୍ବାଚନ ପ୍ରଚାର କରୁଛନ୍ତି ଧର୍ମେନ୍ଦ୍ର : ନିଜକୁ କହିଲେ ଚାଷୀ

Published By : Prameya-News7 Bureau | April 14, 2019 IST

ମଥୁରା ୧୪/୪ : ବଲିଉଡ ଡ୍ରିମ ଗାର୍ଲ ହେମା ମାଳିନୀ ମଥୁରା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି | ହେମା ମାଳିନୀ ଜୋରସୋରରେ ନିର୍ବାଚନ ପ୍ରଚାର କରୁଛନ୍ତି | ନିର୍ବାଚନ ପ୍ରଚାରରେ ହେମାଙ୍କୁ ସହଯୋଗ କରିବା ପାଇଁ ସ୍ୱାମୀ ଧର୍ମେନ୍ଦ୍ର ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି | ଧର୍ମେନ୍ଦ୍ର ମଥୁରାରେ ହେମାଙ୍କ ପାଇଁ ପ୍ରଚାର କରୁଛନ୍ତି | ଧର୍ମେନ୍ଦ୍ର ନିଜକୁ ଜଣେ ଚାଷୀ ବୋଲି କହିଛନ୍ତି | ମଥୁରା ତାଙ୍କୁ ବହୁତ ପସନ୍ଦ ବୋଲି ସେ କହିଛନ୍ତି | ହେମାଙ୍କ ବିଷୟରେ ଧର୍ମେନ୍ଦ୍ର କହିଛନ୍ତି ଯେ, ହେମା ସାଂସଦ ହୋଇନଥାନ୍ତେ କିନ୍ତୁ ହୋଇଗଲେ | ସେ ହେମାଙ୍କ ପାଇଁ ପ୍ରଚାର କରିବାକୁ ଆସିଛନ୍ତି ବୋଲି କହିଛନ୍ତି | ଭଲ ମନରେ ଯେଉଁ କାମ କଲେ ତାର ପରିଣାମ ଭଲ ହୁଏ ବୋଲି ଧର୍ମେନ୍ଦ୍ର କହିଛନ୍ତି |

{"id":103349}


ମଥୁରା ଆସନରୁ କଡା ଟକ୍କର ହେବାକୁ ଯାଉଛି | ହେମାଙ୍କ ପ୍ରତିଦ୍ବନ୍ଦୀ ଭାବେ ମହାମେଣ୍ଟ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି | ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକଦଳ ଏହି ଆସନରୁ ନରେନ୍ଦ୍ର ସିଂହ ନିର୍ବାଚନ ଲଢ଼ୁଛନ୍ତି | କଂଗ୍ରେସ ମଥୁରା ଆସନରୁ ମହେଶ ପାଠକଙ୍କୁ ଟିକେଟ ଦେଇଛି | ହେମା କହିଛନ୍ତି ଯେ, ବିଗତ ୫ ବର୍ଷ ମଧ୍ୟରେ ସେ ବହୁତ ଉନ୍ନତ୍ତମୂଳକ କାମ କରିଛନ୍ତି | ନିର୍ବାଚନ ଜିତିବା ପାଇଁ ହେମା ପୁରା ଉଦ୍ୟମ ଜାରି ରଖିଛନ୍ତି |

{"id":103350}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.