Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଉତ୍ତର ମିଳିବାର ନାହିଁ: ନବୀନଙ୍କୁ ଧର୍ମେନ୍ଦ୍ର ପଚାରିଲେ ୩ଟି ପ୍ରଶ୍ନ, ଧର୍ମେନ୍ଦ୍ରଙ୍କୁ ବିଜେଡି ପଚାରିଲା ୯ଟି ପ୍ରଶ୍ନ

28/03/2019 at 6:40 PM

ଭୁବନେଶ୍ବ ୨୮|୩: ରାଜ୍ୟ ରାଜନୀତିକୁ ଫେରିଛି ୨୧ ବର୍ଷ ତଳର କୋଲବ୍ଲକ ଆବଣ୍ଟନ ପ୍ରସଙ୍ଗ । ସୁପ୍ରିମକୋର୍ଟରେ ଏହି ମାମଲାର ରାୟ ପ୍ରକାଶ କରିବାକୁ ଦାବି କରି ଆବେଦନ କରିବା ଓ ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିବିଆଇ ଜେରା କରିବା ଉଲ୍ଲେଖ କରିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ୩ ପ୍ରଶ୍ନ କରିଛି ବିଜେପି ।

ସିବିଆଇ ଜେରାର ସମ୍ମୁଖୀନ ହୋଇ ନବୀନ କାହିଁକି ତାଙ୍କ ନାମାଙ୍କନ ପତ୍ର ଦାଖଲରେ ତଥ୍ୟ ଦେଇ ନାହାନ୍ତି ଏହାର ଉତ୍ତର ଚାହିଁଛି ବିଜେପି । ସେପଟେ ବିଜେପି ଆରୋପର ଜବାବ ଦେବାକୁ ଯାଇ ପାଲଟା ୯ ପ୍ରଶ୍ନ କରିଛି ବିଜେଡି । ଟିଟୋକୁ ପ୍ରଟ୍ରୋଲ ପମ୍ପ ଆବଣ୍ଟନ ଓ ଛତ୍ରପୁର ଲକ୍ଷ୍ମୀଦତ୍ତ ହ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଘେରିବାକୁ ଚେଷ୍ଟା କରିଛି ଦଳ।

 ପୁଣି ପ୍ରଶ୍ନର ବାଦିପାଲା । ଜଣେ ୩ ପ୍ରଶ୍ନ ପଚାରିଲେ ଉତ୍ତର ଆସୁଛି ଆଉ ୯ ପ୍ରଶ୍ନ। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  କ୍ଲିନ ଇମେଜକୁ ଟାର୍ଗେଟ କରିଛି ବିଜେପି । ୧୯୯୮ରେ  ନବୀନ ପଟ୍ଟନାୟକ କେନ୍ଦ୍ର କୋଇଲା ମନ୍ତ୍ରୀ ଥିବା ବେଳେ କୋଇଲା ଖଣି ଆବଣ୍ଟର ଦୁର୍ନୀତି ପେଡ଼ି ଖୋଲିଛି  ବିଜେପି।

ଜିଡି ଦାଗା କମ୍ପାନୀକୁ ସୁପାରିଶ ପ୍ରସଙ୍ଗ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ଜିଡି ଦାଗା କିଏ ? ଏହି ମାମଲାରେ ସିବିଆଇ ୨୦୧୭ ନଭେମ୍ଭର ୨୫ରେ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିଛି କି ନାହିଁ । ସିବିଆଇ ଜେରା ସଂପର୍କରେ ମୁଖ୍ୟମନ୍ତ୍ରୀ  କାହିଁକି ନାମାଙ୍କନରେ ଉଲ୍ଲେଖ କରି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

ଧର୍ମେନ୍ଦ୍ରଙ୍କୁ ତୁରନ୍ତ କାଉଣ୍ଟର କରିଛି ବିଜେଡି। ୩ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପାଲଟା ୯ ପ୍ରଶ୍ନ କରିଛି ବିଜେଡି । ବ୍ୟାପମ ଦୁର୍ନୀତିରେ ଧର୍ମେନ୍ଦ୍ରଙ୍କ ଭୂମିକା କଣ, ଗ୍ୟାଙ୍ଗଷ୍ଟର  ଟିଟୋକୁ ପଟ୍ରୋଲ ପମ୍ପ ଆବଣ୍ଟନରେ ମନ୍ତ୍ରୀଙ୍କ ସଂପର୍କ କଣ , ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡରେ ତାଙ୍କର କଣ ସଂପୃକ୍ତି ଏମିତି କିଛି ପ୍ରଶ୍ନ ଉଠାଇଛି ବିଜେଡି।

ଆକ୍ରମଣ ପରେ ଆକ୍ରମଣ କରି ପ୍ରତିପକ୍ଷକୁ ଘାଇଲା କରିବା ଲାଗି ଚାଲିଛି ଉଦ୍ୟମ। ଏଠି କେବଳ ଫଇସଲା କରିବେ ଜନତା।  

   Related Posts