Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ବ୍ୟାକଡୋର ପଲିଟିକ୍ସ ଛାଡି ନିର୍ବାଚନ ମଇଦାନକୁ ଓହ୍ଲେଇବା ପାଇଁ ଧର୍ମେନ୍ଦ୍ରଙ୍କୁ ଆହ୍ବାନ ଦେଲା ବିଜେଡି, ଜେଟ୍‌ଲି କହିଲେ ତ୍ରିପୁରା ଭଳି ପରିସ୍ଥିତି ହେବ ଓଡିଶାରେ

31/03/2019 at 6:29 PM

ଭୁବନେଶ୍ବର ୩୧|୩: ଗୋଟିଏ ପଟେ ବିଜେପି ପରିବର୍ତ୍ତନ ହାୱାର ଖୁସିରେ ମସଗୁଲ,  ସେପଟେ ବିଜେଡି ଆକ୍ଷେପ କରିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ। ରାଜ୍ୟରେ ପରିବର୍ତ୍ତନର ହାୱା ବହିଲାଣି, ଏବଂ ଏହା ସରକାର ପରିବର୍ତନ କରିବ ବୋଲି ଆଜି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଧର୍ମେନ୍ଦ୍ରଙ୍କ ଏହି ଆକ୍ଷେପର କାଉଣ୍ଟର କରିଛି ବିଜେଡି। ଯଦି ପରିବର୍ତ୍ତନର ହାୱା, ତା ହେଲେ ନିଜେ ଧର୍ମେନ୍ଦ୍ର କାହିଁକି ନିର୍ବାଚନ ଲଢିବାକୁ ଡରୁଛନ୍ତି ବୋଲି ପ୍ରଶ୍ନ କରିଛି।  ବିଜେଡି କହିଛନ୍ତି, ଏଠି ବ୍ୟାକଡୋର୍ ପଲିଟିକ୍ସ ଚଳିବନି ।  ମେଣ୍ଟ ସମୟରେ ନବୀନଙ୍କ ହାତ ଧରି ଧର୍ମେନ୍ଦ୍ର ଜିତିଥିଲେ, ଆଉ ଯେବେ ନବୀନ ହାତ ଛାଡ଼ି ଦେଲେ ଧର୍ମେନ୍ଦ୍ର ୨୦୦୯ରେ ପରାସ୍ତ ହେଲେ, ଆଉ ୧୪ରେ ଲଢିବାକୁ ବି ସାହସ ଜୁଟାଇ ପାରିଲେନି ବୋଲି ଆରୋପ ଲଗାଇଛି ବିଜେଡି ।

 ବିଜେପି-ବିଜେଡି ବାକ୍ ଯୁଦ୍ଧ ନିଆଁରେ ଘିଅ ଢାଳିଛନ୍ତି, କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ।  ଓଡ଼ିଶାରେ ତ୍ରିପୁରା ଭଳି ବିଜେପି ରେଜଲ୍ଟ କରିବ ବୋଲି ସେ କହିଛନ୍ତି । ଖାଲି ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ ଏବଂ କେରଳରେ ବି ଏମିତି ରେଜଲ୍ଟ ହେବ ବୋଲି ଜେଟଲୀ ଆକଳନ କରିଛନ୍ତି । ଜେଟଲୀଙ୍କ ଆକଳନର ଜବାବ ରଖିଛି ବିଜେଡି ।

 କିଛି ଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୨ଟି ନିର୍ବାଚନମଣ୍ଡଳୀରୁ ଲଢିବା ନିଷ୍ପତ୍ତିକୁ ନେଇ ରିଆକ୍ଟ କରିଥିଲା ବିଜେପି । ନବୀନ ପରାଜୟ ଭୟରେ ହିଂଜିଳି ସହ ବିଜେପୁରକୁ ବାଛିଥିବା ବିଜେପି ଆରୋପ ଲଗାଇଥିଲା । ଆଉ ଏବେ ବିଜେଡି ନିଶାନାରେ ଧର୍ମେନ୍ଦ୍ର ଏମିତି କିଛି ଢଙ୍ଗରେ ଦମ୍ ଦେଖାଇବାକୁ ପିସିସି ମୁଖିଆ ନିରଂଜନ ପଟ୍ଟନାୟକଙ୍କୁ ଆଟାକ୍ କରିଥିଲେ ମନ୍ତ୍ରୀ ବଦ୍ରି ପାତ୍ର । ଯାହାର ଜବାବରେ ନିରଂଜନ ଉଭୟ ଘସିପୁରା  ଓ ଭଣ୍ଡାରିପୋଖରୀରୁ ଲଢିବାର ଇସାରା ଦେଇଛନ୍ତି । ମାନେ ତିନି ଦଳର ପ୍ରମୁଖ ଚେହେରାଙ୍କ ନିର୍ବାଚନ ଲଢିବା ବା ନ ଲଢିବା ପ୍ରସଙ୍ଗ ରାଜନୀତିକୁ ସରଗରମ କରିବ।

   Related Posts