Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କୋଷ୍ଟାଲ ହାଇୱେ ପ୍ରକଳ୍ପ ପ୍ରସଂଙ୍ଗରେ ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ

22/01/2019 at 2:53 PM

ଭୁବନେଶ୍ବର୨୨|୧: ପଶ୍ଚିମବଙ୍ଗର ଦୀଘାଠାରୁ ଗୋପାଳପୁର କୋଷ୍ଟାଲ ହାଇୱେ କାର୍ଯ୍ୟ ଓଡିଶା ସରକାରଙ୍କ ଅସହଯୋଗ ଯୋଗୁଁ ଅଟକ ରହିଛି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   ଜଙ୍ଗଲ ଓ  ସିଆରଜେଡ କ୍ଲିୟରାନ୍ସ ନ ମିଳିବାରୁ ଏହି ପ୍ରକଳ୍ପ ଅଟକିରହିଛି ବୋଲି ମନ୍ତ୍ରୀ ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି ।

ତେବେ ଧର୍ମେନ୍ଦ୍ର ମିଛ କଥା କହୁଛନ୍ତି ଓ ତାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛି ବିଜେଡି । ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି ଯେ, ଯଦି କୋଷ୍ଟାଲ ହାଇୱେ ପାଇଁ ଆନ୍ତରିକତା ଥିଲା ତାହେଲେ ଘୋଷଣାର ଅଢେଇ ବର୍ଷ ପରେ କ୍ୟାବିନେଟ ମଞ୍ଜୁରୀ ଦେଲେ କାହିଁକି । ରାଜ୍ୟର ଦାବି ହେଉଛି ପୁରା ସମୁଦ୍ର ଉପକୂଳ ଦେଇ ଆସୁ ହାଇୱେ ।ଏହାଦ୍ବାରା ପର୍ଯ୍ୟଟନର ବିକାଶ ହେବ ।କିନ୍ତୁ ପୁରୁଣା ରୋଡ୍‌ ଉପରେ ହାଇୱେ ପରିକଳ୍ପନା ଏକପାଖିଆ ନିଷ୍ପତ୍ତି  ବୋଲି ସେ ଅଭିଯୋଗ କରିଛନ୍ତି ।

୨୦୧୬ ମସିହା ଫେବୃଆରୀ ମାସରେ ଭାରତମାଳା ପ୍ରକଳ୍ପ ଅଧୀନରେ ଏହି ୪୧୫ କିଲୋମିଟର ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା । କିନ୍ତୁ ୨ ବର୍ଷ ହେଲାଣି ଜଙ୍ଗଲ ଓ ସିଆରଜେଡ କ୍ଲିଏରାନ୍ସ ନ ମିଳିବରୁ ଏହା ଅଟକି ରହିଛି। ଏହି ପ୍ରକଳ୍ପରେ ୯ଟି ପ୍ୟାକେଜ ରହିଛି । ଏଥିପାଇଁ୯୦୦୦କୋଟି ଟଙ୍କା ଆକଳନ କରାଯାଇଛି । କୋଷ୍ଟାଲ ହାଇୱେ ହେଲେ କାଳେ ପ୍ରଧାନମନ୍ତ୍ରୀଙ୍କ ସୁନାମ ହୋଇଯିବ ସେଥିପାଇଁ କୋଷ୍ଟାଲ ହାଇ ୱେ କାର୍ଯ୍ୟକୁ ଷଡଯନ୍ତ୍ର କ୍ରମେ ବିରୋଧ କରାଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପକୁ ଜାଣିଶୁଣି କ୍ଲିଅରାନ୍ସ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି । ଏହି ପ୍ରକଳ୍ପ ରାଜ୍ୟର ବିକାଶରେ ସହାୟକ ହେବ । ତେଣୁ ଏହି ପ୍ରକଳ୍ପ ପାଇଁ ସହଯୋଗ କରିବାକୁ ସେ ରାଜ୍ୟ ସରକାଙ୍କୁ ଆହ୍ବାନ ଦେଇଛନ୍ତି ।

   Related Posts