ଯୁବତୀଙ୍କୁ ଅପହରଣ ଘଟଣା: ଅପହରଣକାରୀ ଯୁବକକୁ କୋର୍ଟ ଚାଲାଣ କଲା ଧର୍ମଶାଳା ପୋଲିସ
18/12/2020 at 3:11 PM

ଯାଜପୁର୧୮/୧୨: ଯୁବତୀଙ୍କ ଅପହରଣ ଘଟଣାରେ ଅପହରଣକାରୀ ଯୁବକଙ୍କୁ କୋର୍ଟ ଚାଲାଣ ନେଇ ଶୁକ୍ରବାର ଯାଜପୁର ଏସ୍ଡିପିଓ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗତ ୫ ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଚହଟା ଗ୍ରାମର ଯୁବତୀ କଲେଜ ଯାଇଥିବା ସମୟରେ ତାଙ୍କୁ ଅପହରଣ କରାଯାଇ ଥିଲା।
ଏ ନେଇ ଯୁବତୀଙ୍କ ପରିବାର ଲୋକେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗତକାଲି ଧର୍ମଶାଳା ପୋଲିସର ଏକ ଟିମ୍ ଜଗତପୁର ନିକଟରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ଥିଲା। ଘଟଣା ବିଷୟରେ ପୋଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇ ନଥିବା ବେଳେ ତଦନ୍ତ ଚାଲୁ ରହିଥିବା ଏସ୍ଡିପିଓ କହିଛନ୍ତି।
Related Posts
ଯୁବକଙ୍କ ଉପରେ ମାଡିଗଲା ୧୦ ଚକିଆ ଟ୍ରକ୍, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ
16 January 2021