ଧର୍ମଶାଳାର ଅପହୃତା ଯୁବତୀ କଟକରୁ ଉଦ୍ଧାର: ଦୀର୍ଘ ୧୦ ଦିନ ଧରି ଅପହରଣକାରୀଙ୍କ କବଜାରେ ଥିଲେ
17/12/2020 at 10:47 PM

ଧର୍ମଶାଳା୧୭/୧୨: ଅପହୃତା ଯୁବତୀ କଟକ ଜଗତପୁରରୁ ଉଦ୍ଧାର କଲା ପୋଲିସ୍। ଅପହରଣ କରିଥିବା ଯୁବକକୁ ପୋଲିସ୍ ଅଟକ ରଖିଛି। ଲଭ୍ ଜିହାଦ୍ ଅଭିଯୋଗ ଆଣିଥିଲେ ପରିବାର ଲୋକେ। ଏ ସଂପର୍କରେ ସୂଚନା ଦେଇଛି ଧର୍ମଶଳା ପୋଲିସ୍। ଝିଅ ଫୋନ୍ ପାଇବାର ପରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ। ଦୀର୍ଘ ୧୦ ଧରି ଯୁବକ ଜଣଙ୍କୁ ଯୁବତୀଙ୍କୁ ଅପହରଣ କରି ରଖିଥିଲା। ଅପହୃତା ଯୁବତୀ ବହୁ କଷ୍ଟରେ ଫୋନ୍ ଯୋଗେ ନିଜ ମାଆଙ୍କୁ ଯୋଗାଯୋଗ କରିଥିଲେ। ‘ବୋଉ ତୁ ବାପାଙ୍କୁ କହି ଯେମିତି ହେଲେ ମୋତେ ନେଇଯାଆ, ନହେଲେ ତମେ ମୋତେ ଆଉ ପାଇବନି, ସେମାନେ ମୋତେ ମାରି କୋଉଠି ଫୋପାଡ଼ି ଦେବେ’’।
ଏମିତି କହି ମାଆଙ୍କୁ ଆକୁଳ ନିବେଦନ କରିଥିଲେ ଜନୈକା ଯୁବତୀ। ଯାହାର ଅଡିଓ କଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021