ଧର୍ମଶାଳା ଅଞ୍ଚଳରୁ ପୁଣି ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଦୁଇ ଗିରଫ

Published By : Prameya-News7 Bureau | July 01, 2021 IST

ଚଣ୍ଡିଖୋଲ, ୦୧/୦୭: ଯାଜପୁର ଜିଲ୍ଲାରେ ଏବେ ଅବକାରୀ ବିଭାଗର ଘନଘନ ଚଢ଼ାଉ ଜାରି ରହିଛି । ଧର୍ମଶାଳା ପୋଲିସ ଓ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଆଜି ଧର୍ମଶାଳା ଅଞ୍ଚଳରେ ଚୋରା ମଦ ବେପାରୀଙ୍କ ଉପରେ ଚଢାଉ କରାଯାଇଥିଲା l ଏଥିରେ ପୋଲିସ ଓ ଅବକାରୀ ବିଭାଗକୁ ମଧ୍ୟ ଲଗାତାର ଭାବେ ସଫଳତା ମିଳିଛି l

ଧର୍ମଶାଳା ଥାନା ଅଧୀନ ଚୋରମୁହାଁ ଗ୍ରାମରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି l ବର୍ତ୍ତମାନ ସୁଦ୍ଧା ଯାହା ସୂଚନା ମିଳୁଛି ଦୁଇ ମଦ ବେପାରୀ ଙ୍କୁ ଧରିବାରେ ଧର୍ମଶାଳା ପୋଲିସ ସଫଳ ହୋଇଛି l ଜବତ ହୋଇଥିବା ଚୋରା ମଦ ସହ ଦୁଇ ମଦ ବେପାରୀଙ୍କୁ ଥାନାରେ ଅଟକ ଅଟକ ରଖାଯାଇଛି l ତେବେ ଗତ କିଛି ଦିନ ହେବ ବାରମ୍ବାର ଧର୍ମଶାଳା ପୋଲିସ ପକ୍ଷରୁ ଚୋରା ମଦ ବେପାରୀ ଙ୍କ ଉପରେ ଚଢାଉ କରାଯାଇଛି ଓ ସଫଳତା ବି ମଧ୍ୟ ମିଳୁଥିବା ଜଣାପଡ଼ିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.