ସ୍ମୃତିରେଖା ପହିଙ୍କ ଇସ୍ତଫାକୁ ନେଇ ଧର୍ମଶାଳା କଂଗ୍ରେସ ପକ୍ଷରୁ ପ୍ରେସ ମିଟ୍, ନେତା କହିଲେ କେତେ ଆସିବେ କେତେ ଯିବେ‌

Published By : Prameya-News7 Bureau | April 07, 2021 IST

ଚଣ୍ଡିଖୋଲ, ୦୭/୦୪: ମଙ୍ଗଳବାର ଯାଜପୁର ଜିଲ୍ଲା ଧର୍ମଶାଳାର କଂଗ୍ରେସ ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହି କଂଗ୍ରେସର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ଏ ନେଇ ଗତକାଲି ସେ ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଥିବା ବେଳେ କଂଗ୍ରେସ ଉପରେ ବର୍ସି ଥିଲେ ।

କଂଗ୍ରେସର ଅନ୍ତ କନ୍ଦଳ ପାଇଁ ଦଳ ଆଗାମୀ ଦିନରେ ଆଗକୁ ଯାଇ ପାରିବନି ବୋଲି ସ୍ମୃତିରେଖା କହିଥିଲେ । ଏ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ସେ ୨୦୧୯ ନିର୍ବାଚନରେ କଂଗ୍ରେସରୁ ପର୍ଥି ହୋଇଥିଲେ । ଆଜି ଏ ନେଇ ଧର୍ମଶାଳା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।

ଧର୍ମଶାଳା କଂଗ୍ରେସ ନେତା କିସାନ ପଣ୍ଡାଙ୍କ ଅଧକ୍ଷତାରେ ଏହି ପ୍ରେସମିଟ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ କେବେ ବି କାହାର ବି ଟିମ୍ ନଥିଲା, କଂଗ୍ରେସ ନିଜେ ନିଜର ପରିଚୟ, ଏହି ଦଳକୁ ବହୁ ବିଦେଶୀ ପକ୍ଷୀ ଆସିବେ ଯିବେ ହେଲେ କଂଗ୍ରେସ ଦଳର ଆଗାମୀ ଦିନରେ କିଛି ବି ପ୍ରଭାବ ପଡ଼ିବନି ।

କଂଗ୍ରେସ ଦଳ ନୀତି ଆଦର୍ଶରେ ଚାଲେ ଆଗାମୀ ଦିନରେ ମଧ୍ୟ ସେହି ନୀତି ଆଦର୍ଶରେ ଚାଲିବ । ଆଗାମୀ ଦିନରେ ଦଳ ସଂଗଠିତ ହୋଇ ନିର୍ବାଚନ ଲଢିବ ବୋଲି କଂଗ୍ରେସ ନେତା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.